ଏସିସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର

0 310

କଟକ ,୧୦/୪(ଏସଏସନିୟୁଜ) ଚିକିତ୍ସାଧିନ ଅବସ୍ଥାରେ କଟକଏସସିବି ସର୍ଜରୀ ୱାର୍ଡରୁ ଫେରାର ହୋଇଯାଇଛି ଗ୍ୟାଙ୍ଗଷ୍ଟର ହାଇଦର ।ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ୧୨ଦିନ ତଳେ ଏସ୍‌ସିବିରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲା ହାଇଦର। ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବି ମେଡ଼ିକାଲ୍‌ରୁ ଫେରାର୍ ହୋଇଯାଇଥିଲା ହାଇଦର। ବୁର୍ଲା ମେଡ଼ିକାଲ୍‌ରୁ ରେଫର ହୋଇ କଟକ ଏସ୍‌ସିବି ଆସି ଚିକିତ୍ସିତ ହେଉଥିଲା। ସୁଲେମାନ ହତ୍ୟାକାଣ୍ଡରେ ସେ ସମ୍ପୃକ୍ତି ଥିଲା। ଚିକିତ୍ସାଧୀନ ଅବସ୍ଥାରେ ହାଇଦର କିଭଳି ଚମ୍ପଟମାରିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସ୍‌ସିବି ମେଡିକାଲରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ଆରମ୍ଭ ହୋଇଛି ବଡ଼ ସର୍ଚ୍ଚ ଅପରେସନ। ସର୍ଚ୍ଚ ଅପରେସନ ।କଟକ ସହର ସୀମା ସିଲ୍ କରିବା ସହ ଏକାଧିକ ସ୍ପେଶାଲ ସ୍କ୍ୱାର୍ଡ଼ ଗଠନ କରାଯାଇ ସର୍ଚ୍ଚ ଅପରେସନ ଚାଲିଛି।ଏହାସହ ପଡ଼ୋଶୀ ସବୁ ଜିଲ୍ଲା ପୁଲିସକୁ ମଧ୍ୟ ଆଲର୍ଟ କରାଯାଇଛି। ସମ୍ବଲପୁରରୁ ଆସିଥିବାରୁ ସେଠାକାର ଗାର୍ଡ ନିୟୋଜିତ ଥିଲେ। ସଂପୃକ୍ତ ଗାର୍ଡ ଏବେ ଅସୁସ୍ଥ ଅଛନ୍ତି, କିଛି କହିପାରୁ ନାହାନ୍ତି ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

Leave A Reply

Your email address will not be published.