ସ୍କୁଲ କ୍ୟାମ୍ପସ୍‌କୁ ସାମ୍ବାଦିକଙ୍କ ପ୍ରବେଶ ମନା!

0 228

ଭୁବନେଶ୍ୱର, ୧୦/୭(ଏସଏସନିଉଜ)ଏବେ ବିନା ଅନୁମତିରେ ଆଉ ସ୍କୁଲ କ୍ୟାମ୍ପସ୍ ଭିତରେ ପଶି ପିଲାମାନଙ୍କୁ କୌଣସି ପ୍ରଶ୍ନ ପଚାରି ପରିବେନି ଗଣମାଧ୍ୟମ ପ୍ରତିନିଧି। ଏନେଇ କଙ୍କଡାହାଡ ବ୍ଲକରେ ଥିବା ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି କରିଛନ୍ତି ବ୍ଳକ୍ ଶିକ୍ଷାଧିକାରୀ । ସ୍କୁଲ ପରିସର ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ଦିଆନଯାଉ। ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି କିମ୍ବା କ୍ୟାମେରାମେନ ଅନୁମତି ବିନା ସ୍କୁଲରେ ପଶନ୍ତି, ତାହାହେଲେ ପ୍ରଧାନ ଶିକ୍ଷକ ତୁରନ୍ତ ସେମାନଙ୍କ ନାଁରେ ଥାନାରେ ଏତଲା ଦିଅନ୍ତୁ। ଏଥିରେ ଯଦି ପ୍ରଧାନଶିକ୍ଷକ ବା ଶିକ୍ଷକ ଅବହେଳା କରନ୍ତି, ତେବେ ସେମାନଙ୍କ ନାଁରେ ଏତଲା ଦିଆଯିବ ବୋଲି ବିଇଓ ଦେଇଥିବା ଚିଠିରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ।

କିଛିଦିନ ତଳେ ପରଜଙ୍ଗ ବ୍ଲକ୍ ଜୟପୁରାକାଟେଣୀ ଗାଁରେ ଥିବା ଜୟପୁରାକାଟେଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ସପ୍ତମ ଓ ଷଷ୍ଠ ଶ୍ରେଣୀର ପିଲାମାନଙ୍କ ସହ ଶିକ୍ଷକ ମଧ୍ୟ ଓଡ଼ିଆ ଭାଷାରେ କେତୋଟି ଅକ୍ଷର ଅଛି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଠିକଭାବେ ଦେଇପାରିନଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମାଲୋଚନାରେ ଶିକାର ହୋଇଥିଲେ। ମନ୍ତ୍ରୀ ସ୍କଲରୁ ସ୍କୁଲ ବୁଲୁଛନ୍ତି କେବେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସୁଧୁରିବ ବୋଲି ସୋଶାଲ ମିଡିଆ ୟୁଜର୍ସମାନେ ପ୍ରଶ୍ନ କରିଚାଲିଥିଲେ। ଏହାପରେ ୱେବ ମିଡିଆ ଉପରେ ଦୋଷ ଲଦିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି ବିଭାଗର ଦୋଷ ଦୁର୍ବଳତା ଜାଣୁଛୁ; ଦୋଷ ଦୁର୍ବଳତା ପଦାକୁ ଆଣିବାର ଅଧିକାର ଗଣମାଧ୍ୟମର ରହିଛି, କିନ୍ତୁ କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତାରୁ ବେଶୀ ହେଉଛି, ଅନେକ ୱେବ ମିଡିଆ ସ୍କୁଲରେ ପଶି ବ୍ୟାଘତ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ।ଅନ୍ୟପଟେ ସ୍କୁଲ କ୍ୟାମ୍ପସକୁ ଗଣମାଧ୍ୟମକୁ ମନା ପ୍ରସଙ୍ଗରେ ଏ ସମ୍ପର୍କରେ ଶୁଣି ମୁଁ ହତବାକ ହେଲି ବୋଲି କହିଲେ ସାଂସଦ ଅପରାଜିତା । ଏବେ ସରକାର ଯେଉଁ ନିର୍ଦ୍ଦେଶନାମା ଦେଇଛନ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ । ସାମ୍ବାଦିକଙ୍କୁ ସ୍କୁଲ ହତାକୁ ପ୍ରବେଶ କରାଇ ନଦେବା ହାସ୍ୟାସ୍ପଦ ଘଟଣା ବେଲି ସେ କହିଛନ୍ତି ।

 

Leave A Reply

Your email address will not be published.