ଏସଟିଏଫ ର ଚଢ଼ାଉ -୧୦ଗିରଫ,୯ ଗାଡି ଜବତ

0 320

ଚୈାଦ୍ୱାର,୧୭/୧(ଏସଏସନିୟୁଜ) କାରଗୋ ଚୋରି ଦଳ କୁ ଧରିବା ପାଇଁ ଏସଟିଏଫ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଶନିବାର ଦିନ ଚୌଦ୍ୱାର ଥାନା ଅନ୍ତର୍ଗତ -୫୫ ପାର୍ଶ୍ୱରେ , ବାବା ଧବାଲେଶ୍ୱର କୋଇଲା ଡିପୋ ଉପରେ ବିଶେଷସୁତ୍ରରୁ ଖବରପାଇ ଏସଟିଏଫ ଦଳ ଚଢାଉ କରିଥିଲେ। ଆନ୍ତ ରାଜ୍ୟ ପରିବହନ ଯାନରୁ ମାଲ ଚୋରି ତଥା ବହୁମୂଲ୍ୟ ସାମଗ୍ରୀସହ ମାଲ ପରିବହନରୁ ବେଆଇନ ଅନଲୋଡିଂ ବିଷୟରେ ସୁଚନା ମିଳିଥିଲା ।ଚଢାଉ ସମୟରେ ବିପୁଳ ପରିମାଣର ଲାମ କୋକସ୍ ଅନଲୋଡ୍ ହୋଇ ଚୋରି ହୋଇ ଲୋଡ୍ ହୋଇଥିବା ଆଠଟି ଟ୍ରକ୍ ସେଠାରୁ ମିଳିଥିଲା ।
ଏହି ଘଟଣାରେ ଅପରାଧୀଙ୍କ ନିକଟରୁ ପ୍ରାୟ ୩୨ ମେଟ୍ରିକ୍ ଟନ୍ ଓଜନ ବିଶିଷ୍ଟ ନଅଟି ଟ୍ରକ୍ ସହିତ ଲାମ କୋକସ୍, ଗୋଟିଏ ଜେସିବି, କିଛି ରିସେଲିଂ ଏବଂ ପୁନ ପ୍ୟାକେଜ୍ ସାମଗ୍ରୀ ଜବତ କରାଯାଇଥିଲା ସମୁଦାୟ ମେଟ୍ରିକ୍ ଟନ୍ ଲାମ କୋକ୍ ଚୋରି ହୋଇ ଅପରାଧୀମାନଙ୍କ ଦ୍ୱାରା ବେଆଇନ ଭାବରେ ବିକ୍ରୟ ଉଦ୍ଦେଶ୍ୟରେ ରଖାଯାଇଥିବା ଜଣାପଡିଛି । ୧୩ଲକ୍ଷ୫୯ହଜାରେଟଙ୍କାର ଲାମ କୋକ୍ ସହ ଏହି ଘଟଣାରେ ୧୦ଜଣଙ୍କୁ ଗିରଫ କରାଯାଇ ୪/୨୧କେଶନଂରେ ଏକ ମକଦ୍ଦମା ରୁଜୁକରାଯାଇ ଅନସନ୍ଧାନ ଚାଲିଥିବାର ଜଣାପଡିଛି ।(ଚୈାଦ୍ୱାରରୁ ଶ୍ରିକାନ୍ତଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.