ମାର୍ମୋସେଟ୍ –ଜନ୍ମକଲା କିନ୍ତୁ ଗ୍ରହଣ କଲାନାହିଁ ,ଧରାପଡିଲା ନାବାଳିକା

0 337

ବାରଙ୍ଗ,୧୭/୧(ଏସ୍‌ଏସ୍‌ନିୟୁଜ) ଜନ୍ମ କଲା କିନ୍ତୁ ଗ୍ରହଣ କଲାନାହିଁ ମା ।ଦୁଇଟିକୁ ଜନ୍ମ କଲା କିନ୍ତୁ ଅନ୍ୟ ଜଣଙ୍କୁ  ଗ୍ରହଣ କରି ଅନ୍ୟ ଜଣକୁ ଗ୍ରହଣ କରିନଥିଲା ମା ।ଏହିଭଳି ଏକ ଘଟଣା ରବିବାରଦିନ ନନ୍ଦନକାନନରେ ଘଟିଛି । ନନ୍ଦନକାନନର ୫୫ନଂଖୁଆଡରେ ରହୁଛି ମଦୁରାଇରୁ କିଣାହୋଇ ଆସିଥିବା ହଳେ ମାର୍ମୋସେଟ । ମାଙ୍କଡପ୍ରଜାତିର ଏହା ହେଉଛି କ୍ଷୁଦ୍ରତମ ମାଙ୍କଡ ।ରବିବାରଦିନ ଏହି ଖୁଆଡରେ ରହୁଥିବା ଏକମାତ୍ର ମାଇ ମାର୍ମୋସେଟ ଦୁଇଟି ଛୁଆକୁ ଜନ୍ମ ଦେଇଥିଲା ।ଜନ୍ମଦେବାର କିଛିସମୟପରେ ଗୋଟିକୁ ଗ୍ରହଣ କରିବା ସହ ଅନ୍ୟ ଗୋଟିଏ ଛୁଆକୁ ଗ୍ରହଣ ନକରିବା ନନ୍ଦନକାନନ ଅଧିକାରୀମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଥିଲା ।ଶେଷରେ ବାଧ୍ୟ ହୋଇ ନନ୍ଦନକାନନ ମୁଖିଆ ଛୁଆଟିକୁ ଖୁଆଡରୁ ଆଣି ଲାଳନପାଳନ କେନ୍ଦ୍ରରେ ଛାଡିଥିଲା । ଏବେ ଏମାନଙ୍କ ସଂଖ୍ୟା ବଢି ନନ୍ଦନକାନନରେ ୭ରେ ପହଁଚିଛନ୍ତି । ସେଥିମଧ୍ୟରେ ୩ଅଣ୍ଡିରା,୧ମାଇ ଓ ୩ଟିର ଲିଙ୍ଗନିରୁପଣ ହୋଇପାରିନାହିଁ । ରବିବାରଦିନ ନନ୍ଦନକାନନରେ ତୃତୀୟଥରପାଇଁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢିଥିବା ବେଳେ ଜନଗହଳିର ସୁଯୋଗରେ ପକେଟମାରଙ୍କ ଦୈାରାମ୍‌୍ୟ ବଢିଛି ।ସରିସୃପ ଉଦ୍ୟାନରେ ପଳାଶୁଣିର ଜଣେ ମହିଳା ପର୍ଯ୍ୟଟକ ବୁଲୁଥିବାବେଳେ ତାଙ୍କ ଭ୍ୟାନିଟ କାଟି ଜଣେ ବଙ୍ଗିୟ ନାବାଳିକା ମୋବାଇଲ ନେଇ ପଳାଇଥିଲେ ।ପରେ ମୋବାଇଲ ନଥିବାର ମହିଳାଜଣଙ୍କ ଜାଣିବାପରେ ପୋଲିସ ସହାୟତାରେ ନାବାଳିକାକୁ ଧରିଥିଲେ ।ପରେ ଥାନାଅଧିକାରୀ ବିଶ୍ୱରଞନ ସେନାପତି ପଚରାଉଚରା ପରେ ନାବାଳିକାଠାରୁ ଚୋରୀ ମୋବାଇଲ ଜବତ କରବାସହ ୫/୨୧କେଶନଂରେ  ମକଦ୍ଦମାରୁଜୁକରିଛନ୍ତି ।

Leave A Reply

Your email address will not be published.