ସେବାୟତ ରହିବେ କ୍ୱାରେଣ୍ଟାଇନରେ

0 270

ଭୁବନେଶ୍ୱର,୧୧/୫(ଏସଏସନିୟୁଜ) ପୁରୀରେ ରଥଯାତ୍ରା କାମରେ ନିୟୋଜିତ ସେବାୟତମାନେ କ୍ୱାରେଂଟଟାଇନରେ ରହିବେ । ଏମାନଙ୍କ ପାଇଁ ତିନଟି ଭକ୍ତନିବାସ ର ବ୍ୟବସ୍ଥା ହୋଇଛି । ସରକାରଙ୍କ ପକ୍ଷରୁ ସର୍ତମୁଳକ ଅନୁମତି ମିଳିବାପରେ ରଥନିର୍ମାଣ କାମ ଆରମ୍ଭ ହୋଇଥିଲା । ରଥଖଳାରେ ସାମାଜିକ ଦୁରତ୍ୱ ସହିତ କୋଭିଡ-୧୯ ସର୍ମ୍ପକିତ ନୀୟମକୁ ମାନିବାକୁ ସରକାର ନିର୍ଦ୍ଦେଶନାମା ପତ୍ରରେ ଉଲ୍ଲେଖ କରିଛନ୍ତି । ରଥଖଳାରେ ରଥନିର୍ମାଣ କାର୍ଯ୍ୟରେ ଥିବା ୨୦୫ଜଣ ସେବାୟତ ଙ୍କୁ ପ୍ରତିଦିନ ସ୍ୱାସ୍ଥ୍ୟପରୀକ୍ଷା କରାଯିବ ,ଏହା କୋଭିଡ-୧୯ପରୀକ୍ଷା ନୁହେଁ ବୋଲି ଶ୍ରୀମନ୍ଦିରଉନ୍ନୟନ ପ୍ରଶାସକ ଅଜୟଜେନା କହିଛନ୍ତି । ତେବେ ସଙ୍ଗରୋଧ ସମୟରେ ସେବାୟତଙ୍କୁ ଖାଦ୍ୟ ସହ ନୀୟମିତ ସ୍ୱାସ୍ଥ୍ୟପରୀକ୍ଷା କରାଯିବ ।

Leave A Reply

Your email address will not be published.