ସେବାୟତମାନେ ଟାଣିବେ ରଥ

0 216

ପୁରୀ,୩/୭(ଏସଏସନିୟୁଜ) ଗତବର୍ଷ ଭଳି ଏବର୍ଷ ମଧ୍ୟ କୋଭିଡ କଟକଣା ମଧ୍ୟରେ ଚଳିତବର୍ଷର ରଥଯାତ୍ରା ହେବ ।ବିନାଭକ୍ତରେ ହେବ ରଥଯାତ୍ରା । ମନ୍ଦିର କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ରଥ ଟାଣିବେ ନାହିଁ । ଏବର୍ଷ କେବଳ ସେବାୟତମାନେ ରଥ ଟାଣିବେ । ଦକ୍ଷିଣମୋଡ଼ ପାଇଁ ପୋଲିସ ବାହିନୀ ନିୟୋଜିତ ହେବେ । ସେବାୟତମାନେ ରଥଯାତ୍ରାବେଳେ ଫଟୋ ଉଠାଇପାରିବେ ନାହିଁ । ସମସ୍ତ ଅଧିକାରୀ ଓ ସେବାୟତମାନଙ୍କର କୋଭିଡ ଟେଷ୍ଟ ହେବ ବୋଲି ପୁରୀ ରଥଯାତ୍ରାକୁ ନେଇ ଆୟୋଜିତ ଛତିଶାନିଯୋଗ ବୈଠକରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

Leave A Reply

Your email address will not be published.