ଭୁବନେଶ୍ୱର,୧୬।୧୨(ଏସଏସନିଉଜ) ରାଜଧାନୀ ଉପକଣ୍ଠ ଗଣ୍ଡରପୁର ମିନି ଷ୍ଟାଡିୟମ୍ ରେ ଚାଲିଥିବା ୨୩ତମ ସର୍ବ ଭାରତୀୟ ଗଣ୍ଡରପୁର ଫୁଟବଲ ଟୁର୍ଣାମେଣ୍ଟର ଚତୁର୍ଥ ଦିବସ ମ୍ୟାଚ୍ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିନିମନ୍ତେ ଗ୍ରାମାଞ୍ଚଳଏ ଡିଭିଜନର ପ୍ରଥମମ୍ୟାଚରେ ସୁପ୍ରିମ ଫୁଟବଲ କ୍ଲବ ବରାହୀପୁର ୪/୩ ଟ୍ରାଇବ୍ରେକରରେ ମହାବୀରକ୍ଲବ ନରଣପୁରକୁ ହରାଇ କ୍ୱାଟରେଫାଇନାଲରେ ପ୍ରବେଶ କରିଥିବାବେଳେ ଦ୍ଵିତୀୟମ୍ୟାଚରେ ମଇନ୍ଦିପୁର ଫୁଟବଲ କ୍ଲବ ୭/୬ଟ୍ରାଇବ୍ରେକରରେ ପଦ୍ମକେଶରୀପୁର ଚମ୍ପାନାହା କାଣି ଫୁଟବଲକ୍ଲବକୁ ହରାଇ କ୍ୱାଟରରେ ପ୍ରବେଶ କରିଛି।ସେହିପରି ଗ୍ରାମାଞ୍ଚଳର-ବି ଡିଭିଜନରେ ଜୟଦୁର୍ଗାକ୍ଲବ ଆମଣ ୫/୪ ଟାଇବ୍ରେକରରେ ଉରାଳୀକୁ ଓ ଦ୍ଵିତୀୟ ମ୍ୟାଚରେ ସିଆରଆରଆଇ ୪/୩ ଟ୍ରାଇବ୍ରେକରରେ ରୁରାଲକ୍ଲବ ଗଵବସ୍ତକୁ ହରାଇ କ୍ୱାଟରଫାଇନାଲରେ ପ୍ରବେଶ କରିଛି।
ସହରାଞ୍ଚଳବିଭାଗରେ ସମ୍ବଲପୁର ସମଲେଶ୍ୱରୀସ୍ପୋର୍ଟିଂକୁ ୨/୦ଗୋଲରେ ହରାଇ ସୁରଜ ଏଫସି ଫୁଲବାଣୀଦଳ ସେମିଫାଇନାଲରେ ପ୍ରବେଶ କରିଛି।ଫୁଲବାଣୀଦଳ ପକ୍ଷରୁ ଖେଳର ୩୪ତମ ମିନିଟ୍ ରେ ୯ନମ୍ବରଜର୍ସିର ନାଇଜେରିଆନ ଖେଳାଳି ଏକ ଗୋଲଦେଇ ଦଳକୁ ଆଗୁଆ ରଖିଥିବାବେଳେ ୫୩ ମିନିଟ୍ ରେ ପୁଣି ସେହିଖେଳାଳି ଆଉ ଏକ ଗୋଲଦେଇ ଦଳକୁ ବିଜୟ କରାଇଥିଲେ।ଚତୁର୍ଥଦିବସ ଖେଳକୁ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତଜଗଦେବ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ଗୁରୁବାରଦିନ ଗ୍ରାମାଞ୍ଚଳ ବି-ଡିଭିଜନର ପ୍ରଥମମ୍ୟାଚ ବାରଙ୍ଗ ବାୟର ସହ ସାଇସୋ,ଦ୍ୱିତୀୟମ୍ୟାଚ ତଣ୍ଡିକଣା ସହ ଉତ୍ତମପୁର ,ତୃତୀୟମ୍ୟାଚ ଘାଟିକିଆ ସହ ଗୋଠପୁର , ଚର୍ତୁଥମ୍ୟାଚ ଉସୁମା ସହ ବଉଳକୁଦ,ପଞ୍ଚମମ୍ୟାଚ ୟୁନାଟେଡ୍ ସି -୧ ବିହାର ସହ ମାମଙ୍ଗଳା କ୍ଲବ୍ ଢେଙ୍କାନାଳ ସହିତ ଖେଳ ଅନୁଷ୍ଠିତହେବ ବୋଲି ଆୟୋଜକ ଜ୍ଞାନରଞ୍ଜନ ରାଉତ (ହିରୋ) ସୂଚନା ଦେଇଛନ୍ତି(ଜିତ ରାଉତଙ୍କ ରିପୋର୍ଟ)।
Prev Post
Next Post
