ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ

ଖବର ଆଜିର,ତାରିଖ ୦୬-୦୯-୨୦୨୧/ସୋମବାର

0 212

୧-ଟୋକିଓ ପାରାଲିମ୍ପିକ୍ସ: ଇତିହାସ ରଚିଲା ଭାରତ, ମିଳିଲା ୫ ସ୍ବର୍ଣ୍ଣ ସହ ୧୯ ପଦକ ।
୨-ଓଡିଶା ଆଦର୍ଶ ବିଦ୍ୟାଳୟ ଦେଶ ପାଇଁ ରୋଲ ମଡେଲ ହେଉ : ମୁଖ୍ୟମନ୍ତ୍ରୀ ।
୩-କେରଳରେ ନିପାହ ଭୂତାଣୁ ଚିହ୍ନଟ: ସଂକ୍ରମଣରେ ଜଣେ ମୃତ୍ୟୁ, ୨ ଆକ୍ରାନ୍ତ ।
୪-ମୁଖ୍ୟମନ୍ତ୍ରୀଙ୍କ ୧୦ ସୂତ୍ରୀ ଲକ୍ଷ୍ୟ: ଆଦର୍ଶ ବିଦ୍ୟାଳୟ ପାଇଁ ନିଯୁକ୍ତି ହେଲେ ୪୪୩ ଶିକ୍ଷକ ।
୫-ଟୋକିଓ ପାରାଲିମ୍ପିକ୍‌ସ ଉଦ୍‌ଯାପିତ : ସାରା ବିଶ୍ବକୁ ବିଦାୟ ଦେଲା ଜାପାନ ।
୬-ଆସନ୍ତା ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ । ଜୋର ଧରିଲା ଚାଷୀ ଆଇନ୍ ପ୍ରତ୍ୟାହାର ଦାବି ।
୭-ଆଫଗାନିସ୍ତାନରେ ନିର୍ବାଚନ କରିବାକୁ ଦାବି କଲେ ଇରାନ୍‌ ରାଷ୍ଟ୍ରପତି, କହିଲେ ଆମେ ଆଉ ରକ୍ତପାତ ଦେଖିପାରିବୁ ନାହିଁ ।
୮-ପୂର୍ବତନ ଆଫଗାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ISI ମୁଖ୍ୟ: ମିଳିତ ସରକାର ଗଠନ ସମ୍ଭାବନା ।
୯-ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପଛରେ ପକାଇ ଲୋକପ୍ରିୟତାରେ ୧ ନମ୍ବର ସ୍ଥାନ ହାସଲ କଲେ ମୋଦୀ ।
୧୦-ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀ କୋଭିଡ ପଜିଟିଭ: ଚିହ୍ନଟ ପରେ ଦଳର ୪ ଜଣ ସଦସ୍ୟଙ୍କୁ କରାଗଲା ପୃଥକ ।
୧୧-୪ର୍ଥ ଟେଷ୍ଟ: ଦ୍ୱିତୀୟ ପାଳିରେ ଭାରତର ସ୍କୋର ୪୬୬ ରନ୍‌, ଇଂଲଣ୍ଡ ଆଗରେ ୩୬୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଟିମ୍‌ ଇଣ୍ଡିଆ ।
୧୨-ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
୧୩-ଓଏସ୍ଏସସି ଦୁର୍ନୀତି ପ୍ରସଙ୍ଗ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ୭ରେ ପ୍ରଦେଶ ଛାତ୍ର କଂଗ୍ରେସର ବିଧାନସଭା ଘେରାଉ
୧୪-‘ନିର୍ମଳ ପ୍ଲସ୍‌ ଯୋଜନା’ରେ ଗୋଟିଏ ସଂସ୍ଥା ହେବ ସର୍ବେସର୍ବା, ଛୋଟ ଠିକାଦାରଙ୍କ ପାଇଁ ବାଟ ବନ୍ଦ ।
୧୫-ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ।
୧୬-ଶିକ୍ଷକଙ୍କୁ ଧମକ ଦେଇ ବଟି ଆଦାୟ ଅଭିଯୋଗ: ଦୁଇ ୱେବ୍‌ ଚ୍ୟାନେଲ୍‌ ସାମ୍ବାଦିକ ଗିରଫ ।
୧୭-ସପ୍ତାହାନ୍ତ ସଟ୍‌ଡାଉନ୍‌ ହଟିବା ପରେ ପ୍ରଥମ ରବିବାର, ଜନଗହଳିରେ ଉଛୁଳିଲା ରାଜଧାନୀ, ଚାରିଆଡେ ଭୀଷଣ ଟ୍ରାଫିକ ଜାମ୍ ।
“ଏ ଦୁନିଆଁରେ ସମସ୍ତେ ମତଲବୀ, ସ୍ୱାର୍ଥବାଦୀ । ନିଜର ସ୍ୱାର୍ଥ ହାସଲ ପରେ,. ମତଲବ ପୂରଣ ହେବା ପରେ ଆଉ ପଚାରନ୍ତି ନାହିଁ !
“ଜ୍ଞାନୀ ପାଖରେ ଗର୍ବ, ଅହଂକାର ଶୋଭାପାଏ ନାହିଁ ।ତିନି ଜଣ ମିଶି ଗାଇଲେ ଗୀତ ଅଧିକ ସୁନ୍ଦର ସ୍ୱର ମୂର୍ଚ୍ଛନା ତୋଳିପାରେ !!ଶୁଭ ସକାଳ,ସୁପ୍ରଭାତ!!

Leave A Reply

Your email address will not be published.