ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ଗୌରବ

୧୦୦% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ବାରଙ୍ଗ,୨୬।୫(ଏସଏସନିଉଜ)ଚଳିତ ୨୦୨୩-୨୪ ଶିକ୍ଷାବର୍ଷରେ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରରୁ ମୋଟ୍ ୯୪ ଜଣ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ। ପରୀକ୍ଷାର ଫଳାଫଳକୁ ଦେଖିବାକୁ ଗଲେ ବିଦ୍ୟାଳୟର ୧୦୦% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସ୍ମୃତିଶକ୍ତି ସ୍ୱାଇଁ,ଦେବେଶ କୁମାର ସାହୁ,କୃପାମୟୀ କୃଷ୍ଣପ୍ରୀୟା ସ୍ୱାଇଁ ଶତକଡା୯୨ଭାଗ ନମ୍ବର ରଖି ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ହୋଇପାରିଛନ୍ତି।ସେହିଭଳି ଭାବେ ବି -୧ଗ୍ରେଡ ରେ୧୭ଜଣ,ବି -୨ଗ୍ରେଡରେ ୪୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ବିଦ୍ୟାଳୟର ସାମଗ୍ରିକ ପରୀକ୍ଷା ଫଳାଫଳପାଇଁ ପ୍ରଧାନ ଆଚାର‌୍ୟ୍ୟ ପ୍ରଦୀପ କୁମାର ପାଣିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଭିଭାବକ ମାନେ ଶୁଭେଚ୍ଛା ଜଣାଇଛନ୍ତି।

- Advertisement -

Leave A Reply

Your email address will not be published.