ସଟ୍‌ଡାଉନ୍‌ରେ ଘଣ୍ଟାଏ କୋହଳ

0 325

ଭୁବନେଶ୍ୱର,୨୩/୪(ଏସଏସନିୟୁଜ) ରାଜ୍ୟର ସବୁ ଜିଲ୍ଲାର ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍ ଶନିବାର ଓ ରବିବାର ରହିବା ନେଇ ଆଗରୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଆଜି ରାତିର ନାଇଟ୍ କର୍ଫ୍ୟୁ କଟକଣା କାଲି ସକାଳୁ ସରିଲେ ସଟ୍‌ଡାଉନ୍ କଟକଣା‌ ଆରମ୍ଭ ହେବ। ତେବେ ଶୁକ୍ରବାର ସଂନ୍ଧ୍ୟାରେ ନାଇଟ୍ କର୍ଫ୍ୟୁ କଟକଣା ଆରମ୍ଭ ହୋଇ ଶନିବାରସକାଳୁ ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍ କଟକଣା ରହିବ ।ଏଥିନିମନ୍ତେ ଏହିଦୁଇଦିନ ସକାଳେ ଘଣ୍ଟାଏ ଲେଖାଏଁ କରି ଅର୍ଥାତ ସକାଳ ୫ ଟାରୁ ୬ ଟା ପର୍ଯ୍ୟନ୍ତ ମର୍ଣ୍ଣିଂୱାକ ପାଇଁ ଓ ସାଇକ୍ଲିଂ ପାଇଁ କୋହଳ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।ତେବେ ,ପଶ୍ଚିମବଙ୍ଗ ଫେରନ୍ତା ପାଇଁ କଟକଣାକୁ କଡାକଡି କରାଯାଇଛି । ଯେଉଁ ମାନଙ୍କର ଆରଟିପିସିଆର ନେଗେଟିଭ ସାର୍ଟିଫିକେଟ ଓ ଭ୍ୟାକସିନ ନେଇଥିବା ସାର୍ଟିଫିକେଟ ନଥିବ, ସେମାନଙ୍କୁ ଇନଷ୍ଟିଚ୍ୟୁସନାଲ କ୍ୱରେନଟାଇନ କିମ୍ବା ପେଡ୍ କ୍ୱାରେନଟାଇନରେ ରହିବାକୁ ପଡିବ । ଯେଉଁମାନଙ୍କର ଉକ୍ତ ସାର୍ଟିଫିକେଟ ଥିବ ସେମାନଙ୍କୁ ୧୪ ଦିନ ହୋମ କ୍ୱାରେନଟାଇନରେ ରହିବାକୁ ଅନୁମତି ଦିଆଯିବ ।ଫେରନ୍ତା ଙ୍କ ପାଇଁ ଏହି ଆଦେଶ ଓଡିଶାକୁ ପ୍ରବେଶ କରିବା ମାତ୍ରେ ଲାଗୁ ହେବ ।

Leave A Reply

Your email address will not be published.