ଭୁବନେଶ୍ୱର,୨୮।୫(ଏସଏସନିଉଜ)ଶିକ୍ଷା ଓ ରୋଜଗାର ଜରିଆରେ ଜନଜାତି ଭାଇ ଓ ଭଉଣୀମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆମେ ଆଗକୁ ବଢୁଛୁ।ଆଜି ଆଇନମନ୍ତ୍ରୀ ପ୍ରୁଥିରାଜ ହରିଚନ୍ଦନ ଚିଲିକା ନିର୍ବାଚନ ମଣ୍ଡଳୀ ନିକଟସ୍ଥ ଦାମିଆ ବରବରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିବିଡ଼ା ଗ୍ରାମକୁ ପରିଦର୍ଶନରେ ଯାଇଥିଲେ।ସେଠାରେ ଗ୍ରାମବାସୀମାନଙ୍କୁ ଭେଟି ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ। ଗ୍ରାମବାସୀ ମାନେ ଉତ୍ଥାପନ କରିଥିବା ସେମାନଙ୍କ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଉପସ୍ଥିତ ଥିବା ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଏହାସହିତ ସେଠାରେ ବସବାସ କରୁଥିବା ଭାଇଭଉଣୀମାନଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ଓ ସେମାନେ କିଭଳି ଆତ୍ମ ନିର୍ଭର ଶିଳ ହୋଇପାରିବେ ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମଦେବା ପାଇଁ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀଙ୍କୁ ମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ସେଠାକାର ବାସିନ୍ଦାମାନେ ବିଶେଷକରି ଶାଳପତ୍ର ଆଣି ଏହାକୁ ଶିଲେଇକରି ସେଥିରୁ ଖଲିପତ୍ର ତିଆରିକରିବା, କୁକୁଡାପାଳନ, ଛେଳି ଓ ମେଣ୍ଢାଚାଷ ଭଳି ଲାଭଜନକ ଚାଷ କରି ଏହାଦ୍ବାରା ସେମାନଙ୍କ ଆର୍ଥିକ ସ୍ଥିତି ଆହୁରି ସୁଦୃଢ ହେବା ସହ ଜୀବନ ଜୀବିକାରେ ଉନ୍ନତି ଆସିବବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।ଏହି ଗ୍ରାମ୍ୟପରିଦର୍ଶନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲରଣା, ଖୋର୍ଦ୍ଧା ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁଙ୍କ ସମେତ ଜିଲ୍ଲାର ବିଭିନ୍ନର ବିଭାଗୀୟ ବରିଷ୍ଠ ଅଧିକାରୀ, ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

