ସିଦ୍ଧେଶ୍ୱର ପାହାଡରେ ଗୋଟିକିଆ ଦନ୍ତା

0 320

ବାରଙ୍ଗ,୨/୬(ଏସଏସନିଉଜ)ଗୁରୁବାରଦିନ ସକାଳେ ନରାଜ ସିଦ୍ଧେଶ୍ୱର ପାହଡରେ ଗୋଟିଏ ବଣୁଆ ଦନ୍ତାହାତୀ ଥିବାର ଦେଖିବାକୁ ମିଳୁଛି ।ସକାଳେ ସ୍ଥାନୀୟ ଲୋକମାନେ ଏହାକୁ ଦେଖିବାପରେ ଦନ୍ତାକୁ ଦେଖିବାପାଇଁ ଦେଖଣାହାରୀଙ୍କର ଭୀଡ ଲାଗିରହିଥିଲା ।ଖବରପାଇ ଭଗିପୁର ବନଖଣ୍ଡ ଅଧିକାରୀ ଓ କର୍ମଚାରୀ ମାନେ ପହଁଂଚି ଗୋଟିକିଆ ବଣୁଆ ଦନ୍ତାହାତୀର ଗତିବିଧି ଉପରେ ନଜର ରଖିଥିଲେ ।ଏହି ଦନ୍ତାଟି ଆଠଗଡ ବନଖଣ୍ଡରୁ ବାହାରି ମହାନଦୀ ପାର ହୋଇ ଚନ୍ଦକା-ଡମପଡା ବନଖଣ୍ଡକୁ ଯାଉଥିବାବେଳେ ସକାଳ ହୋଇଯିବାରୁ ସିଦ୍ଧେଶ୍ୱର ପାହଡକୁ ଚାଲିଆସିଥିଲା ବୋଲି ଅନୁମାନ କରିଛି ବବିଭାଗ । ।ହାତୀଟି କାଳେ ଜନବସତି ଆଡକୁ ମାଡିଆସିବ ସେଥିପାଇଁ ନରାଜ ମାର୍ଥାପୁର, ମୁଣ୍ଡଳି,ସାନମୁଣ୍ଡଳୀ ଆଦିି ଗ୍ରାମବାସୀମାନେ ଭୟଭିତ ହୋଇଯାଇଥିଲେ

Leave A Reply

Your email address will not be published.