ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ

0 227

ଭୁବନେଶ୍ୱର,୧୧/୭(ଏସଏସନିୟୁଜ)ଆଉ କେଇଘଂଟାପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ।ଏଥିନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର‌୍ୟ୍ୟାୟରେ ପହଂଚିଛି । ରବିବାର ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ଅନୁଷ୍ଠିତ ହୋଇଥିଲା । ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଳ ଲାଗି ହେବାପରେ ତିନି ରଥକୁ ଦକ୍ଷିଣ ମୋଡ଼ କରି ରଥଖଳାରୁ ସିଂହଦ୍ୱାର ସେବାୟତମାନେ ଟାଣି ଟାଣି ସିଂହ ଦ୍ୱାର ସମ୍ମୁଖକୁ ନେଇଥିଲେ । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତିନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ମଙ୍ଗଳାର୍ପଣ ପରେ ସାଢ଼େ ୮ଟାରେ ପହଣ୍ଡି ଆରମ୍ଭ ହୋଇ ଏହା ପୂର୍ବାହ୍ନ ୧୧ଟା ୩୦ ମଧ୍ୟରେ ଶେଷ ହେବ । ୧୨ଟା ୪୫ରୁ ଅପରାହ୍ନ ୨ଟା ପର‌୍ୟ୍ୟନ୍ତ ଛେରାପହଁରା ଓ ଅପରାହ୍ନ ୩ଟାରୁ ରଥ ଟଣାଯିବ । ଚଳିତ ବର୍ଷ ମହାମାରୀ କରୋନା ପାଇଁ କଟକଣା ମଧ୍ୟରେ ରଥଯାତ୍ରାର ଆୟୋଜନ ହେଉଛି ।ଏଥିନିମନ୍ତେ କେବଳ ସୀମିତ ସେବାୟତଙ୍କ ଦ୍ୱାରା ରଥଯାତ୍ରା ହେବାକୁ ଯାଉଛି ।ଏଥର ଭକ୍ତମାନେ ଘରେ ବସି ଟେଲିଭିଜନ ମାଧ୍ୟମରେ ରଥଯାତ୍ରା ଦେଖିବେ । ପ୍ରଶାସନ ପକ୍ଷରୁ ପୁରୀରେ ଦିନିଆ କର୍ଫ୍ୟୁ ଲାଗୁ କରିଛନ୍ତି ।

Leave A Reply

Your email address will not be published.