ଶିଖିଲେ କୈାଶଳ

0 630

ଖୋର୍ଦ୍ଧା,୧୫/୧(ଏସ୍‌ଏସ୍ ନିୟୁଜ)ଉନ୍ନତମାନର ମସ୍ର‌୍ୟଚାଷ ପାଇଁ ନେଲେ ତାଲିମ ।ମସ୍ୟକେବଳ ମସ୍ର‌୍ୟଚାଷ ନୁହେଁ ଉପ୍ତାଦନ କିଭଳି ବୃଦ୍ଧି ହେବ ଏଥିପାଇଁ ଶିଖିଲେ କୈାଶଳ ।ଏହିଭଳି ଏକ ପରିବେଶ ବୁଧବାରଦିନ ଖୋର୍ଦ୍ଧାଜିଲ୍ଲା ମସ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା ।
ମସ୍ୟଅଧିକାରୀ ଙ୍କ କାର୍ଯ୍ୟାଳୟ ସତୁରୀଜଣ ମସ୍ୟଚାଷୀମାନଙ୍କୁ ଉନ୍ନତ ମସ୍ୟଚାଷ ଓ ଉପ୍ତାଦନ ଉପରେ ତାଲିମ ପ୍ରଦାନ କରାଯାଇଛି ।

ଏହି ତାଲିମ ଶିବିରରେ ମୁଖ୍ୟଅତିଥିଭାବେ ଭଦ୍ରକ କୃଷିବିଜ୍ଞାନ କେନ୍ଦ୍ରରନିର୍ଦ୍ଦେଶକ ଅମ୍ବିକାପ୍ରସାଦ ନାୟକ ,ମୁଖ୍ୟବକ୍ତାଭାବେ ଜିଲ୍ଲାମସ୍ୟଅଧିକାରୀ ଜଗଦିଶ ଚନ୍ଦ୍ର ପଣ୍ଡା, ଜିଲ୍ଲାର ଅଗ୍ରଣୀ ମସ୍ର‌୍ୟଚାଷୀ ତଥା ମସ୍ୟଖାଦ୍ୟ ବିତରକ ଜୟପ୍ରକାଶ ମହାପାତ୍ର ଯୋଗଦେଇ ମସ୍ର‌୍ୟଚାଷୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ଏହି ଶିବିରରେ ଖୋର୍ଦ୍ଧା,ଚିଲିକା, ଟାଙ୍ଗୀ,ବାଣପୁର ,ବେଗୁନିଆ,ବୋଲଗଡ,ଜଟଣୀ,ବାଲିଅନ୍ତା,ବାଲିପାଟଣା,ଭୁବନେଶ୍ୱର ଆଦି ବ୍ଲକର ୭୦ଜଣ ମସ୍ୟଚାଷୀ ଯୋଗଦାନ କରିଥିଲେ । ଆଗାମି ଦିନରେ ଜିଲ୍ଲାରେ ଉନ୍ନତ ମାଛଚାଷ ଓ ଉପ୍ତାଦନ ବୃଦ୍ଧି ନିମନ୍ତେ ଚାଷୀମାନେ ଉଦ୍ୟମ କରିବାକୁ ପ୍ରଶିକ୍ଷକମାନେ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.