ଖୁଲମଖୁଲା ଚାଲିଛି ନିଶାବେପାର,ଗଞେଇ ଧରିଲା ପୋଲିସ

0 311

ବାରଙ୍ଗ,୧୫/୧(ଏସ୍‌ଏସ୍ ନିୟୁଜ) ବାରଙ୍ଗ ଓ ଗୋଡିସାହି ଅଂଚଳ ଏବେ ନିଶାର ଭୁସ୍ୱର୍ଗ ପାଲଟିଚି ।ଗଞେଇ,ଅଫିମ,ସାଙ୍ଗକୁ ଡ୍ରଗ୍ସର କାରବାର ନିବିଘ୍ନରେ ଚାଲୁଚି ।ପାନଦୋକାନ,ଚାଦୋକାନରେ ଖୋଲଖୋଲିଭାବେ ଏହାକୁ ବିକ୍ରି କରାଯାଉଛି ।ଯାହାକୁ ନେଇ ଯୁବପିଢୀମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇ ସର୍ବସ୍ୱାନ୍ତ ହେବାକୁ ଲାଗିଲେଣି । ଅବକାରି କିମ୍ବା ସ୍ଥାନୀୟ ପୋଲିସର ନୀରବଦ୍ରଷ୍ଟା ପରୋକ୍ଷରେ ଏହି ନିଶାବେପାରୀଙ୍କୁ ପ୍ରୋସାହନ ମିଳୁଛି । ଗୋଡିସାହି ଅଂଚଳର ଶଣ୍ଢପୁରରେ ଏକ ପାନଦୋକାନରେ ଲଗାତର ଭାବେ କିଛି ମାସଧରି ନିର୍ବିଘ୍ନରେ ଗଞେଇ ବ୍ୟବସାୟ ଚାଲିଥିବାର ଗ୍ରାମବାସୀମାନେ ନିକଟସ୍ଥ ଗୋଡିସାହି ଫାଣ୍ଡିରେ ଖବର ଦେଇଥିଲେ ।ପୋଲିସ ର କାର୍ଯ୍ୟାନୁଷ୍ଠାନ ଶୁନ ରହିବାରୁ କିଛି ସଚେତନଶୀଳ ନାଗରିକ ବାରଙ୍ଗଥାନା ଅଧିକାରୀଙ୍କ ଦୃଷ୍ଠିଆକର୍ଷଣ କରିଥିଲେ ।ପରେ ଗ୍ରାମବାସୀମାନଙ୍କ ତଥ୍ୟର ଆଧାରରେ ଶଣ୍ଢପୁର ଗ୍ରାମମୁଣ୍ଡରେ ପୋଲିସ ମଙ୍ଗବାରଦିନ ଜଗିରହିଥିଲେ ।ଏହି ସମୟରେ ଆଠଗଡଥାନା ଅର୍ନ୍ତଗତ କଂଟୋଲ ଗ୍ରାମର କାଳନ୍ଦିଦାସ ନାମକ ବ୍ୟକ୍ତି ତାଙ୍କ ଓଡି୦୫-ଏଏ-୭୨୭୩ ନଂ ହିରୋହୋଣ୍ଡା ଡିଲସ୍କ ଯୋଗେ ୧.୪୫୦ଗ୍ରାମ ଓଜନର ଗଞେଇ ନେଇ ଶଣ୍ଢପୁର ବଜାରରେ ପାନଦୋକାନ ଦେଇଥିବା ଗୋବିନ୍ଦଚନ୍ଦ୍ରବେହେରାଙ୍କୁ ଗଞେଇ ଦେଇଥିଲେ ।ଏହିସମୟରେ ପୋଲିସ ଆସି ଉଭୟଙ୍କୁ ଗିରଫକରିବା ସହ ଗଞେଇ , ବାଇକ ଓ ଏକ ମୋବାଇଲ ଫୋନକୁ ଜବତ କରି ଊଭୟଙ୍କୁ ଗୁରୁବାରଦିନ ୭/୨୦କେଶନଂରେ ଏକ ମକଦ୍ଦମାରୁଜୁକରି କୋର୍ଟଚାଳଣ କରିଛି ।

Leave A Reply

Your email address will not be published.