ଆସନ୍ତା ୨୪ ଘଣ୍ଟାରେ ବଢିବ ତାପମାତ୍ରା , କମିବ ଶୀତ

0 248

ଭୁବନେଶ୍ବର :୧୫/୧(ଏସଏସଏନ) ଥଣ୍ଡା ପ୍ରକୋପରୁ ଆଶ୍ବସ୍ତି ପାଇବେ ଲୋକେ । କାହିଁକି ନା  ଆସନ୍ତା ୨୪ଘଣ୍ଟାରେ ରାତିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇପାରେ। ଫଳରେ ଥଣ୍ଡା ପ୍ରକୋପରୁ ଆଶ୍ବସ୍ତି ମିଳିବ ବୋଲି ପାଣିପାଗ ବିଭାଗ ରିପୋର୍ଟରୁ ଜଣାପଡ଼ିଛି । ଉପକୂଳ ଓଡ଼ିଶା ସମେତ ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, କୋରାପୁଟରେ ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ କୁହୁଡ଼ି ଅନୁଭୂତ ହୋଇପାରେ। ରାତିର ସବନିମ୍ନ ତାପମାତ୍ରା ୨ଦିନ ଧରି ୨ରୁ ୪ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ରିପୋର୍ଟରୁ ଜଣାପଡ଼ିଛି ଯେ କଟକ, ବାଲେଶ୍ବର, ବାରିପଦା, ହୀରାକୁଦ, ବଲାଙ୍ଗୀରରେ ୧୧ରୁ ୧୨ ଭିତରେ ଥିବାବେଳେ ଭୁବନେଶ୍ବରରେ ୧୩ଡ଼ିଗ୍ରୀ ରହିଛି। ୧୭ତାରିଖରେ ଅନୁଗୋଳ, ଢ଼େଙ୍କାନାଳ, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ, କଟକ ଓ ଭଦ୍ରକ ଏବଂ ୧୮ରେ ଅନୁଗୋଳ,ଢ଼େଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ପୁରୀ, କୋରାପୁଟ ଓ ବଲାଙ୍ଗୀରରେ ଘନ କୁହୁଡ଼ି ଅନୁଭୂତ ହେବ। ଗତ ୨୪ଘଣ୍ଟା ମଧ୍ୟରେ ଫୁଲବାଣୀର ପାରଦ ରାଜ୍ୟରେ ସବୁଠୁ କମ୍ ୫.୫ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ସୋନପୁର, ଦାରିଙ୍ଗବାଡ଼ି ଓ ଅନୁଗୋଳରେ ୭ଂ ସେଲସିୟସ ଥିବାବେଳେ ଟିଟିଲାଗଡ଼ରେ ୭ରୁ ୮ଡ଼ିଗ୍ରୀ ମଧ୍ୟରେ ରହିଛି। କେନ୍ଦୁଝରଗଡ଼, ସମ୍ବଲପୁର, ତାଳଚେରରେ ୧୦ଂ ତଳେ ରହିଛି।

Leave A Reply

Your email address will not be published.