ଲିଫ୍ଟ ହେଲା କାଳ ,ବାଇକ ଧକ୍କାରେ ଯୁବକ ଗୁରୁତର

0 289

ଡେଲାଙ୍ଗ,୧୫/୧(ଏସ୍‌ଏସ୍ ନିୟୁଜ)ଲିଫ୍ଟ ମାଗିବା ହେଲା କାଳ ।ଯିବାପାଇଁ ବ୍ୟସ୍ଥ ହୋଇ ସାହାର ମାଗୁଥିବାବେଳେ ତାହା ସାଜିଲା ଦୁର୍ଘଟଣା । ଏପରି ଏକ ଦୁଃଖଦ ଘଟଣା ଘଟିଛି ବୁଧବାର ରାତିରେ । ଡେଲାଙ୍ଗବ୍ଲକ ଅର୍ନ୍ତଗତ ଖୋଳାଉର ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି । ସେ ହେଉଛନ୍ତି ପିପିଲି ଯାଳାପିଡି ଗ୍ରାମର ଦିପକବେହେରା । ଅଧିକ ରାତି ହୋଇଯାଉଥିବାରୁ ଘରକୁ ଯିବାପାଇଁ ଦିପକ ଲିପ୍ଟ ମାଗୁଥିଲେ ।ଏହି ସମୟରେ ଡେଲାଙ୍ଗରୁ ପିପିଲି ଅଭିମୁଖେ ଯାଉଥିବା । ଓଡି୦୨-ଏ-୧୨୨୩ନଂ ବାଇକ ଚାଳକ ତାଙ୍କୁ ସାହାର୍ଯ୍ୟ କରିବ ଭାବି ରୋକିବା ପାଇଁ ହାତ ଦେଖାଇଥିଲେ ।କିନ୍ତୁ ଏହି ଚାଳକ ରୋକିବା ବଦଳରେ ଦିପକକୁ ଧକ୍କାଦେଇଥିଲା । ଧକ୍କା ପରେ ବାଇକ ଚାଳକ ଗାଡିରୁ ପଡି ଛୁ ମାରିଥିଲେ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।ଖବର ପାଇ ପୋଲିସ ଆସି ଗୁରୁତରଆହତ ଦିପକକୁ ଉଦ୍ଧାର କରି ଚିକିସା ପାଇଁ ଡାକ୍ତରଖାନାକୁ ପଠାଇବା ସହ ଦୁର୍ଘଟଣାଗ୍ରସ୍ଥ ବାଇକକୁ ଜବତ କରିଛନ୍ତି ।

Leave A Reply

Your email address will not be published.