ବେଢା ପରିକ୍ରମା କଲେ ଧବଳେଶ୍ୱର

0 319

ଖୁଂଟୁଣୀ,୧୫/୧(ଏସ୍‌ଏସ୍ ନିୟୁଜ) ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ମକରସଂକ୍ରାନ୍ତି ଉପଲକ୍ଷେ ହଜାରହଜାର ଭକ୍ତମାନଙ୍କ ସମାଗମ ହୋଇଥିଲା ।ଭକ୍ତମାନେ ସୁବିଧାରେ ଠାକୁରଙ୍ଗ ଦର୍ଶନ କରିବାପାଇଁ ମନ୍ଦିରକମଟି ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା ।ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସଫୋର୍ସ ମୃତୟନ କରାଯାଇ ଭୀଡକୁ ନିୟନ୍ତ୍ରଣ କରାଯାଇଥିଲା ।ଅନ୍ୟଦିନ ଅପେକ୍ଷା ମକରସଂକ୍ରାନ୍ତିର ଗୁରୁତ୍ୱ ଥିବାରୁ ଧବଳେଶ୍ୱରଙ୍କ ସ୍ୱତନ୍ତ୍ର ପୁଜାନିତୀ ହୋଇଥିଲା ।

ପ୍ରଭୁ ଧବଳେଶ୍ୱର ମନ୍ଦିର ମଧ୍ୟରୁ ବାହାରି ବେଢାପରିକ୍ରମା ଝୁଲଣରେ ବସି ଝୁଲି ମକରଭୋଗ ପାଇସାରିବାପରେ ୩.୪୫ମିନଟରେ ପୁଣି ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ ।ଝୁଲଣରେ ବସି ଝୁଲିବାର ଦୃଶ୍ୟକୁ ଦେଖିବାପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉସ୍‌।ହ ସାଙ୍ଗକୁ ଭିଡ ମଧ୍ୟ ଲାଗିରହିଥିଲା ।

Leave A Reply

Your email address will not be published.