ଶିଶୁପ୍ରତିଭା ବିକଶିତହେଲେ ଓଡିଶାର କଳାସଂସ୍କୃତି ଆହୁରି ଆଗକୁବଢିବ

ସ୍ନି୍ଗ୍ଧା ଏକାଡେମୀର ବିଂଶ ତମ ବାର୍ଷିକ ଉତ୍ସବ

0 219

ଭୁବନେଶ୍ୱର,୨୧ା୧୨(ଏସଏସନିଉଜ) ଓଡିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ନିଗ୍ଧା ଏକାଡେମୀର ବିଂଶତମ ବାର୍ଷିକ ଉତ୍ସବ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଉମାବଲ୍ଲବ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ କଳା ସଂସ୍କୃତି ପାଇଁ ଓଡିଶା ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଆମ ଓଡିଶୀ ନୃତ୍ୟ ବିଶ୍ୱ ରଙ୍ଗମ ମାନଙ୍କରେ ପରିବେଷିତ ହୋଇ ଅନେକ ପ୍ରଶଂସା ସାଉଁଟିଛି । ଏହା କେବଳ ଆମ କଳାକାର, ନୃତ୍ୟଗୁରୁ ଓ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପାଇଁ ସମ୍ଭବ ହୋଇପାରିଛି । ଓଡିଶାର ଲୋକମାନଙ୍କ ପାଖରେ ବିଭିନ୍ନ ପ୍ରକାର କଳା ଖୁନ୍ଦିହୋଇ ରହିଛି । ବର୍ତ୍ତମାନର ପିଲାମାନେ ଅତି ଛୋଟ ବୟସରୁ କଳାପ୍ରତି ଆକୃଷ୍ଠ ହୋଇ ଅବିଶ୍ୱାସନୀୟ କଳା ପ୍ରଦର୍ଶନ କରୁଛନ୍ତି । ସେମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରାଗଲେ ଶିଶୁ ମାନଙ୍କର ପ୍ରତିଭା ବିକଶିତ ହେବା ସହିତ ଆମ ଓଡିଶାର କଳା ସଂସ୍କୃତି ଆହୁରି

ଆଗକୁ ବଢିବ । ସ୍ନିଗ୍ଧା ଏକାଡେମୀ ପକ୍ଷରୁ କୁନିକୁନି ପିଲାମାନଙ୍କ ପ୍ରତିଭା ବିକଶିତ ପାଇଁ ଯେଉଁ ଉଦ୍ୟମ ଜାରି ରହିଛି ତାହା ଅତ୍ୟନ୍ତ ପ୍ରଶଂସନୀୟ । ମୁଖ୍ୟ ବକ୍ତା ରୂପେ ଲୋକ ସେବକ ମଣ୍ଡଳର ରଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସମାଜର ପ୍ରକାଶକ ନିରଞ୍ଜନ ରଥ ଯୋଗଦେଇ କହିଥିଲେ ବାଳୁତ ଶିଶୁ ହେଉଛନ୍ତି ମାଟି ପିଣ୍ଡୁଳା ପରି । ଆମେ ତାଙ୍କୁ ଯେମିତି ଗଢିବା ସେମାନେ ସେପରି ତିଆରି ହେବେ । ତେଣୁ ପିଲା ମାନେ ଯେଉଁ ଦିଗରେ ଯିବାକୁ ଚାହୁଁଛନ୍ତି ସେ ଦିଗରେ ବାପା ମା ମାନେ ଧ୍ୟାନ ଦେଇ ଉପଯୁକ୍ତ ଶିକ୍ଷା ପ୍ରଦାନ କଲେ ପିଲାଟିର ଭବିଶ୍ୟତ ଉଜ୍ୱଳ ହେବା ସହିତ ସୁନାମ ଅର୍ଜନ କରିବ । ସମ୍ମାନିତ ଅତିଥି ଭାବେ ମେୟର ସୁଲୋଚନା ଦାସ, ସିନେମା ନିର୍ଦ୍ଦେଶକ ସବ୍ୟସାଚୀ ମିଶ୍ର, ଅଭିନେତା ସାତ୍ୱକୀ ମିଶ୍ର, ଅନୁଷ୍ଠାନର ଉପସଭାପତି ସମରେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଦୀର୍ଘ ୨୦ ବର୍ଷ ଧରି ଓଡିଶାର କଳା ସଂସ୍କୃତିର ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ସ୍ନିଗ୍ଧା ଏକାଡେମୀକୁ ପ୍ରଶଂସା କରିଥିଲେ । ଅନୁଷ୍ଠାନର ସମ୍ପାଦିକା ବିଚିତ୍ରା ରଥ ବାର୍ଷିକ ବିବରଣୀ ପାଠ କରିଥିଲେ । ଏକାଡେମୀ ପକ୍ଷରୁ ପୂର୍ବରୁ ୩ ହଜାରରୁ ଉଦ୍ଦ୍ୱର୍ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କଟକ ଓ ଭୁବନେଶ୍ୱରର ବିଦ୍ୟାଳୟ ମାନଙ୍କରେ ଅନୁଷ୍ଟିତ ହୋଇଥିବା ପ୍ରତିଯୋଗିତେରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପିଲା ମାନଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ପରିବେଶିତ ହୋଇଥିଲା । ମିଲନ ଘଟୁଆରୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲୋଏଲପି ଟିମ୍ ଓ ଜଗନ୍ନାଥ ପରିବାରରସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲୋ(ଶଶିକାନ୍ତନାୟକଙ୍କ ରିପୋର୍ଟ)

 

Leave A Reply

Your email address will not be published.