ଶୀତରେ ହେବ ବର୍ଷା,ସୃଷ୍ଟି ହେଲା ଲଘୁଚାପ

0 357

ଆଜି ସକାଳର ଖବର,ତାରିଖ ୨୨-୧୧-୨୦ ରବିବାର।
୧-ବରଗଡ଼ ସ୍ବାସ୍ଥ୍ୟସେବାରେ ଅବ୍ୟବସ୍ଥା,ଅତି ବିପଜ୍ଜନକ ଭାବେ ଜଣେ ଅଟୋ ରିକ୍ସାରେ ଓ ଆଉଜଣେ ଡାକ୍ତରଖାନା ପରିସରରେ ଥିବା ମାତୃମଙ୍ଗଳ କେନ୍ଦ୍ରର ବାରଣ୍ଡାରେ ପ୍ରସବ କରିଥିଲେ ।
୨-ଶୀତରେ ବର୍ଷା: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୪୮ଘଣ୍ଟାରେ ନେବ ଅବପାତର ରୂପ,ଆଜିଠୁ ଘଡଘଡି ସାଙ୍ଗକୁ ବର୍ଷା ସମ୍ଭାବନା
୩-ଏବେ କରୋନାରେ ଫୁସଫୁସର ହେବନି କ୍ଷତି, ଭାରତୀୟ-ଆମେରିକୀୟ ଡାକ୍ତର ପାଇଲେ ଭାଇରସର ଚିକିତ୍ସା ପଦ୍ଧତି ।
୪-ଅନ୍ଧାରରେ ଡୁବିଲା ଆମେରିକୀୟ ସହର ୟୁଟିଗବିକ୍, ୨୦୨୧ରେ ହେବ ସକାଳ ।
୫-ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ୨ ମାସ ପୂର୍ବେ ହୋଇଥିଲେ କରୋନା ଆକ୍ରାନ୍ତ ।
୬-ଭିଡିଓ ଜାରି କରି ସାମ୍ନାକୁ ଆସିଲେ ରମେଶଙ୍କ ମା: ଗଣମାଧ୍ୟମ ଓ ରାଜନେତାଙ୍କୁ କଲେ ଦୋଷାରୋପ, କହିଲେ, ‘ପୁଅ ମୃତ୍ୟୁ ପରେ ବନ୍ଧୁ ଘରେ ଅଛୁ, ଆମକୁ ଶୁଦ୍ଧିକ୍ରିୟା କରିବାକୁ ଦିଅ’।
୭-ରାଜ୍ୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ସ୍କୁଲ ବନ୍ଦ ନିଷ୍ପତ୍ତି, ବିରୋଧରେ ଗୋଟିଏ ଦିନ ଧୋଇଗଲା ବିଧାନସଭା ଅଧିବେଶନ, ଆତ୍ମହତ୍ୟା ଉଦ୍ୟମ କଲେ ତାରା ।
୮-ହାର ମାନୁ ନାହାନ୍ତି ଟ୍ରମ୍ପ ! ଜାନୁୟାରୀ ୨୦ରେ ବାଇଡେନଙ୍କୁ ରାଷ୍ଟ୍ରପତିଙ୍କ ଅଧିକାରିକ Account  ସମର୍ପି ଦେବ twitter
୯-୫T  ଅଧୀନକୁ ଆସିଲା MSME  ବିଭାଗ ।
୧୦-୪ଘଣ୍ଟା ଜେରା ପରେ କମେଡିଆନ ଭାରତୀ ସିଂ ଙ୍କୁ ଗିରଫ କରିଛି NCB।ଡ୍ରଗ୍ସ ସେବନ ମାମଲାରେ ଗିରଫ କରିଛି ଏନସିବି।
୧୧-ନ୍ୟାୟିକ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ଭରସା ରହିଛି, ଏକ ନିରପେକ୍ଷ ଜାତୀୟ ସଂସ୍ଥା ଦ୍ୱାରା ତଦନ୍ତ କରାଯାଉ : ଜାଗି ।
୧୨-ଏକକ ପିଜି ପ୍ରବେଶିକା ପରୀକ୍ଷାର ମେଧାତାଲିକା ୱେବ୍‌ସାଇଟ୍‌ରେ ଉପଲବ୍ଧ ।
୧୩-ଅଲଗା ହେବେ ଦେଶର ସବୁଠାରୁ ଚର୍ଚ୍ଚିତ ଆଇଏଏସ ଯୋଡି । ଜୟପୁର ଫ୍ୟାମିଲି କୋର୍ଟରେ ଛାଡପତ୍ର ଆବେଦନ କଲେ ଟିନା ଡାବି ଓ ଅଥହର ଖାନ । ବିବାହର ଦୁଇ ବର୍ଷ ପରେ ବିଚ୍ଛେଦ ନିଷ୍ପତି ।
୧୪-ଭାଜପାର ମିଶନ ତାମିଲନାଡୁ: ଦୁଇ ଦିନିଆ ଗସ୍ତରେ ଚେନ୍ନାଇ ପହଞ୍ଚିଲେ ଶାହା ।ଆସନ୍ତାବର୍ଷ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜେପି ଓ ଏମଆଇଏଡିଏମକେ ମେଣ୍ଟ କରି ଲଢ଼େଇ କରିବେ ବୋଲି ଦଳ କହିଛି।
୧୫-ଦିଲ୍ଲୀରେ ସାଂସଦମାନଙ୍କ ପାଇଁ ବହୁତଳ ବିଶିଷ୍ଟ କୋଠା ନିର୍ମାଣ ଶେଷ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।
୧୬-ବିଜୁ ଯୁବ ଛାତ୍ର ଜନତା ଦଳର ଜିଲା, ବ୍ଲକ୍‍ ଏବଂ ପଞ୍ଚାୟତସ୍ତରୀୟ ନୂତନ କମିଟି ଗଠନ ନିମନ୍ତେ ଭର୍ଚୁଆଲ ପ୍ଲାଟ୍‍ଫର୍ମରେ ସାଙ୍ଗଠନିକ ବୈଠକ ।
୧୭-୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ ।

Leave A Reply

Your email address will not be published.