ସୋମବାରରୁ ଆରମ୍ଭ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

0 721

ଖବର ଆଜି ସକାଳର,ତାରିଖ ୨୦/୦୯/୨୦ ରବିବାର ।
୧-ସମସ୍ତ କଳ୍ପନା ଜଳ୍ପନାର ଅନ୍ତଃ ଘଟି ଆରମ୍ଭ ହେଲା ଆଇପିଏଲ ୨୦୨୦,ବିଜୟ ସହ ଅଭିଯାନ ଆରମ୍ଭ କଲା ଚେନ୍ନାଇ ସୁପର୍ କିଙ୍ଗସ୍, ୫ ଓ୍ୱିକେଟରେ ମାତ୍ ଖାଇଲା ମୁମ୍ବାଇ।
୨-ବୟସ୍କ, ଶିଶୁ ଓ ଗର୍ଭବତୀଙ୍କୁ ହୋମ୍ ଆଇସୋଲେସନ ମନା, ଗୃହ ସଙ୍ଗରୋଧରେ ରହୁଥିବା ରୋଗୀ ଏବଂ ଆଟେଣ୍ଡାଣ୍ଟ ସତର୍କ ରହିବାକୁ ସରକାରଙ୍କ ପରାମର୍ଶ।
୩-ସୋମବାରରୁ ଭାରତରେ ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ ଟିକାର ପରୀକ୍ଷଣ : ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନେଇ ସୂଚନା ଦେଲା ସେରମ୍ ଇଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ; ସେପଟେ ରୁଷିଆ ଟିକା ପରେ କରୋନା ଔଷଧ ବିକ୍ରିକୁ ଅନୁମତି ଦେଲେ ପୁଟିନ୍ ସରକାର।
୪-ବିଶ୍ବରେ ଭାରତର କରୋନା ସ୍ଥିତି; ଆରୋଗ୍ୟ-୧,ସଂକ୍ରମଣ-୨, ମୃତ୍ୟୁରେ-୩।
୫-ଅଧାରୁ ବନ୍ଦ ହୋଇପାରେ ସଂସଦର ମୌସୁମୀ ଅଧିବେଶନ : ପୁଣି ୩ ସାଂସଦ କରୋନା ପିଜିଟିଭ୍ ଚିହ୍ନଟ ପରେ ସୁରକ୍ଷା ଦୃଷ୍ଟିରୁ ହୋଇପାରେ ନିଷ୍ପତ୍ତି ; ବିରୋଧୀଙ୍କ ସହ ଆଲୋଚନା କଲେ ସରକାର।
୬-ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ୫ ବର୍ଷ ଜେଲ୍‌।
୭-ଏନ୍‌ଜିଟିରେ ପୋଲାଭରମ୍ ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି : ଓଡ଼ିଶାର ଚିନ୍ତା ଦୂର ପାଇଁ ଆନ୍ଧ୍ରକୁ ନିର୍ଦ୍ଦେଶ।
୮-ଗତ ୨ ବର୍ଷରେ ଚିଲିକା ଓ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ସରକାର ଦେଇଛନ୍ତି ୪.୭ କୋଟି ଟଙ୍କା।
୯-ଚୀନକୁ ତଥ୍ୟ ଯୋଗାଉଥିବା ଅଭିଯୋଗରେ ସାମ୍ବାଦିକ ଗିରଫ ଘଟଣା : ଜେରା ବେଳେ ପୋଲିସକୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ ; ପ୍ରତି ସୂଚନା ପିଛା ଚୀନରୁ ୫୦୦ ଡଲାର ପାଉଥିଲେ ରାଜୀବ ।ଦେଢ଼ ବର୍ଷରେ ପାଇଛନ୍ତି ୪୦ଲକ୍ଷ ଟଙ୍କା
୧୦-ଶେଷଯାତ୍ରାରେ ନୌସେନାର ଗ୍ରାଣ୍ଡ ଓଲ୍ଡ ଲେଡି: ୩୦ ବର୍ଷ ପରେ ବିଦାୟ ନେଲା ଆଇଏନଏସ ବିରାଟ; ଗୁଜରାଟର ଡକୟାର୍ଡରେ ନଷ୍ଟ ହେବ ଜାହାଜ।
୧୧-ପାକିସ୍ତାନରୁ ହେଉଥିବା ଅନୁପ୍ରବେଶ ରୋକିବା ପାଇଁ ଏଲଓସିରେ ୩୦୦୦ ଅତିରିକ୍ତ ସୈନିକ ମୁତୟନ।
୧୨-କରୋନାରେ ପ୍ରଭାବିତ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା।
୧୩-ଓଡ଼ିଶା ଆସୁ ଦିଲ୍ଲୀ ମାମଲା, ସୁପ୍ରିମକୋର୍ଟରେ ଅପିଲ କଲେ ବର୍ଷା: ଅନୁଭବଙ୍କ ଓକିଲ କହିଲେ ବର୍ଷାଙ୍କ ରହିଛି ନିଜସ୍ୱ ଆୟ, ଦିଲ୍ଲୀ ଆସି ଲଢ଼ିପାରିବେ ମାମଲା।
୧୪-ଫ୍ଲିପକାର୍ଟ, ଆମାଜନ ଓ ସ୍ନାପଡିଲକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ : କହିଲେ, ନକଲି ଖଦି ଉତ୍ପାଦ ବନ୍ଦ କର।
୧୫-ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରସଙ୍ଗ : ୩ ଜଣିଆ ସର୍ଚ୍ଚ କମିଟି ଗଠିତ।

Leave A Reply

Your email address will not be published.