ସ୍ପଷ୍ଟୀକରଣ ରଖିଲେ କାମିୟା ଜାନୀ

ଭୁବନେଶ୍ୱର,୨୪।୧୨(ଏସଏସ ନିଉଜ)ଶ୍ରୀମନ୍ଦିର ପ୍ରବେଶକୁ ନେଇ ସ୍ପଷ୍ଟୀକରଣ ରଖିଲେ କାମିୟା ଜାନୀ।ଭିଡିଓ ବାର୍ତ୍ତା ମାଧ୍ୟମରେ ସ୍ପଷ୍ଟୀକରଣ ରଖିଲେ କାମିୟା।ସେ କହିଛନ୍ତିଯେ,ବିଫ୍‌ ଖାଏନି କି ଖାଇବାକୁ ପ୍ରୋତ୍ସାହନ କରେନି।ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇବାକୁ ପୁରୀ ଯାଇଥିଲି।ମନ୍ଦିରରନିର୍ମାଣ ଓ ସଂସ୍କୃତି ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟ ଥିଲା।ଦୁର୍ଭାଗ୍ୟବଶତଃ ମୋର ଏହି ଭ୍ରମଣ ବିବାଦୀୟ ହୋଇଛି।ଭ୍ରମଣ ସମୟରେ କୌଣସି ବି ନିୟମ ଭଙ୍ଗ କରିନି

ବୋଲି କହିଛନ୍ତି କାମିୟ।ହିନ୍ଦୁ ଧର୍ମକୁ ଅନୁସରଣକରେ।କେରଳ ଫୁଡ୍‌ ବ୍ଲଗ ଭିଡିଓର ଏକ ସ୍କ୍ରିନସଟ୍‌ ବ୍ୟବହାର କରାଯାଉଛି।ସେଠାରେ ବିଫ୍‌ ଖାଇନଥିଲି , ସମସ୍ତ ପ୍ରକାର ଭେଜ୍‌ ଖାଦ୍ୟ ଖାଇଥିଲି।ବିଭିନ୍ନ ସ୍ଥାନରେ ଫୁଡ୍‌ ବ୍ଲଗ କରିବା ମାନେ ନୁହେଁ ସବୁ ଖାଦ୍ୟ ଖାଇବା।ମୋର ଏହି ଭିଡିଓ ବିବାଦ ଦୂର କରିବ ବୋଲି ଆଶା କରିଛନ୍ତି କାମିଆ।

- Advertisement -

Leave A Reply

Your email address will not be published.