ଶ୍ରୀରାମ ମନ୍ଦିର ଭୂମି ପୂଜା – ରୂପା ଇଟାରେ ହେବ ଶିଳାନ୍ୟାସ

0 226

ସଂକ୍ଷେପରେ ଆଜି ସକାର ଖବର ୨୧/୦୭/୨୦,ମଙ୍ଗଳବାର
୧-ଆଉ ନାହାନ୍ତି ବିଜୟ ମହାନ୍ତି । ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଜଗା ହାତରେ ପଘାର ଜଗନ ଭାଇ ।
୨-ବିଜୟଙ୍କ ବିୟୋଗରେ ଶୋକ ପ୍ରକଟ କଲେ ମୁଖ୍ୟମନ୍ତ୍ରୀ : ରାଷ୍ଟ୍ର୍ରୀୟ ମର୍ଯ୍ୟାଦାର ସହ ବିଜୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।
୩-କୋଭିଡ୍‌-୧୯ ମହାମାରୀ ଯୋଗୁ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ପୁରୁଷ ଟି୨୦ ବିଶ୍ୱକପ୍‌କୁ ସ୍ଥଗିତ ରଖାଯାଇଛି।
୪-ମଙ୍ଗଳବାରଠାରୁ ଗଞ୍ଜାମରେ ପ୍ଲାଜ୍‌ମା ଥେରାପି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର।
୫-ଖାଉଟି ସୁରକ୍ଷା ଆଇନ ୨୦୧୯ ସୋମବାରଠାରୁ ସମଗ୍ର ଦେଶରେ କାର୍ଯ୍ୟାକାରୀ ହୋଇଛି।
୬-କୋଭିଡ୍ ହସ୍ପିଟାଲରେ କାର୍ଯ୍ୟାରତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ରେଡିଓଗ୍ରାଫର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି।
୭-ଦାୟିତ୍ବ ନେଲେ ଟ୍ବିନ୍ ସିଟିର ଦୁଇ ଡିସିପି, ଭୁବନେଶ୍ବରରେ ଉମାଶଙ୍କର ଦାସ ଓ କଟକରେ ପ୍ରତୀକ ସିଂହ।
୮-ସୋମବାର ପୁଣି ୬୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦।ରାଜ୍ୟରେ ପୁଣି ୪୫୭ କରୋନା ଆକ୍ରାନ୍ତ ସୁସ୍ଥ ଏହାକୁ ମିଶାଇ ବର୍ତ୍ତମାନ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୨୯୦୯ରେ ପହଞ୍ଚିଛି।
୯-ସେପ୍‌ଟେମ୍ବରରେ ଆସିପାରେ ଟିକା, ଅକ୍ସଫୋର୍ଡ ମାନବ ପରୀକ୍ଷଣରେ ସଫଳତା ।
୧୦-ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଓ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଇଂଲଣ୍ଡ ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜକୁ ୧୧୩ ରନରେ ପରାସ୍ତ କରିଛି।
୧୧-ବନ୍ୟାରେ ଅସମ୍ଭାଳ ଆସାମ, ୭୦ଲକ୍ଷ ଲୋକ ପ୍ରଭାବିତ।
୧୨-ଶ୍ରୀରାମ ମନ୍ଦିର ଭୂମି ପୂଜା ଲାଗି ଭବ୍ୟ ଆୟୋଜନ: ରୂପା ଇଟାରେ ଶିଳାନ୍ୟାସ, ପ୍ରଧାନମନ୍ତ୍ରୀ ଓ ୫୦ ଠଠଓଚ, ଲାଗିବ ବଡ଼ବଡ଼ ଏଲଇଡି ସ୍କ୍ରିନ୍

Leave A Reply

Your email address will not be published.