ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ

ବିପଦ ସଙ୍କେତ ଟପିଲା ଜଳକା

ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ଦୀଘା ନିକଟତର ହୋଇ ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ।ଦୀଘା ନିକଟତର ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳହୋଇ ଅତିକ୍ରମ କଲା।
ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତରପଶ୍ଚିମଦିଗକୁ ଗତି କରିବ।ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡ଼ିଶା ଦେଇ ଗତି କରିବ।ଏହାର ପ୍ରଭାବରେ ରାଜ୍ୟର ଲଗାଣବର୍ଷା ଲାଗିରହିଛି।ଏହାକୁ ଦୃଷ୍ଟିରେ ରଖି ୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।ବାଲେଶ୍ବର,ଭଦ୍ରକ,ମୟୂରଭଞ୍ଜ, ସମ୍ବଲପୁରରେ ଆଜି ସବୁ ସ୍କୁଲ ବନ୍ଦ ରହିଛି।ସବୁ ସରକାରୀ,ଘରୋଇସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢ଼ା ସ୍ଥଗିତ ରହିଛି।
ଗଭୀରଅବପାତ ପ୍ରଭାବରେ ବାଲେଶ୍ବରରେ ଲଗାଣବର୍ଷା ଲାଗିରହିଛି।ସକାଳ ୬ଟା ୩୦ ସୁଦ୍ଧା ବାଲେଶ୍ବରରେ ୧୬୫.୫ମିମି ବର୍ଷା ରେକର୍ଡ ହୋଇଥିବାବେଳେ ପୁରୀରେ ୧୨୦.୬, ପାରାଦୀପରେ ୮୦.୩,ଚାନ୍ଦବାଲିରେ ୫୫.୨ମିମିବର୍ଷା ରେକର୍ଡ ହୋଇଛି।ଲଗାଣବର୍ଷା ଯୋଗୁଁ ବିପଦ ସଙ୍କେତ ଟପିଲା ଜଳକାନଦୀ।ଜଳେଶ୍ବରରବସ୍ତା ମଥାନୀଠାରେ ବିପଦସଙ୍କେତ ଟପିଲା ଜଳକା।ବିପଦ ସଙ୍କେତ ୬.୫୦ ମିଟର,୭ଟା ସୁଦ୍ଧା ୬.୫୧ମି.ପ୍ରବାହିତ ହୋଇଛି।

- Advertisement -

Leave A Reply

Your email address will not be published.