ସ୍ତ୍ରୀକୁ ହତ୍ୟା କରି ପୋଖରୀରେ ପକାଇଲା ସ୍ୱାମୀ

0 221

ବାଲେଶ୍ୱର,୩୧/୭(ଏସଏସନିଉଜ) ସ୍ତ୍ରୀକୁ ହତ୍ୟା କରି ପୋଖରୀରେ ପକାଇଲା ପିଶାଚ ସ୍ୱାମୀ ।ଏହିଭଳି ଅଭାବନୀୟ ଚାଞ୍ଚଲ୍ୟକର ଘଟଣା ସିମୁଳିଆ ଥାନା ପାହିତୁରୁଣା ପଞ୍ଚାୟତ ଦରା ଗାଁରେ ଘଟିଛି । ଶୁକ୍ରବାର ରାତିରେ ଧନେଶ୍ୱର ନାୟକ ନାମକ ଯୁବକ ପତ୍ନୀ କୁନିଲତାଙ୍କୁ ହତ୍ୟାକରି ତାଙ୍କ ଗୋଡ଼ ଏବଂ ବେକରେ ଚିପ୍ସ ଭର୍ତ୍ତି ଅଖାରେ ବାନ୍ଧି ଘର ପାଖରେ ଥିବା ଏକ ପୋଖରୀରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲା ।ଗ୍ରାମବସୀମାନଙ୍କଠାରୁ ଖବରପାଇ ବାପଘରଲୋକ ବହୁଖୋଜାଖୋଜି ପରେ ଗାଡ଼ିଆରୁ କୁନିଙ୍କ ମୃତଦେହ ପଡିଥିବାର ଜାଣିବାକୁ ପାଇଥିଲେ ।ଏହାପରେ ଖବରପାଇ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.