ଭୁବନେଶ୍ୱର, ୯/୬(ଏସଏସନିଉଜ) ଘାଟିକିଆରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଦୁଇ ଝିଅଙ୍କୁ ମରଣାନ୍ତକ ଆକ୍ରମଣ ସ୍ୱାମୀ ସଂଜିତ ଦାସ କରିଥିବାର ଜଣାପଡିଛି । ସଂଜିତ ଜଣେ ନିୟମିତ ନିଶା ସେବନକାରୀ ହୋଇଥିବାରୁ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ନିୟମିତ ପାଟିତୁଣ୍ଡ ହେଉଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।ଏହାସହ ଗତ ୪ ଦିନ ତଳେ ସ୍ତ୍ରୀ ପୁଣି ଏକ କନ୍ୟା ସନ୍ତାନ ଜନ୍ମ କରିବାକୁ ନେଇ ଘରେ କଳି ହେଉଥିଲା । ସ୍ତ୍ରୀ ସରସ୍ବତୀ ଦାସ ଜଣେ ନର୍ସ ହୋଇଥିବାରୁ ସଂଜିତ କିଛି ନକରିବାସହ ସ୍ତ୍ରୀଙ୍କ ରୋଜଗାରରେ ଚଳିଥାନ୍ତି । ସଂଜିତ ପ୍ରଥମେ ସ୍ତ୍ରୀଙ୍କୁ ଗଳା କାଟି ହତ୍ୟା କରିବାପରେ ନିଜର ଏକ ୬ ବର୍ଷର ଝିଅ ଓ ଆଉ ଏକ ୪ ଦିନର ଝିଅକୁ ମରଣାନ୍ତକ ଆକ୍ରମଣ କରିଥିବା କୁହାଯାଉଥିାବବେଳେ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି।