ସ୍ତ୍ରୀକୁ ଟାଙ୍ଗିଆରେହାଣି ହତ୍ୟାକଲା ସ୍ୱାମୀ

0 81

ଜଳେଶ୍ବର, ୧୮ା୭(ଏସଏସନିଉଜ)ପାରିବାରିକ କଳହର କରୁଣପରିଣତି ଯୋଗୁ ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁବରଣ କରିଛି ।ଏହିଭଳି ଘଟଣା ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାର ଗ୍ରାମରେ ଘଟିଛି । ଗତ ୧୦ବର୍ଷତଳେ ଚାଲନ୍ତି ଗ୍ରାମର ଅର୍ଜୁନ ଦଣ୍ଡପାଟ ଦେବକୁମାରଗ୍ରାମର ସୁଜୟ ଦଣ୍ଡପାଟଙ୍କ ଝିଅକୁ ଲିଲିଙ୍କୁ ବିବାହ କରିଥିଲେ ।ଏହାପରେ ଯୌାତୁକଜନିତ ନିର୍ଯ୍ୟାତନା ଦେଇଆସୁଥିଲେ । ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକଙ୍କ ଉପସ୍ଥିତିରେ ସ୍ୱାମୀ ଅର୍ଜୁନ ସ୍ତ୍ରୀ ଲିଲିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବାନେଇ ଥାନାରେ ଅଭିଯୋଗ ହୋଇଛି ।ପୋଲିସ ସ୍ୱାମୀ ଅର୍ଜୁନକୁ ଥାନାରେ ଅଟକ ରଖିଛି ।

Leave A Reply

Your email address will not be published.