ଶୁକ୍ରବାରଠୁ ପ୍ରବଳ ଛେଚିବ

0 243

ଭୁବନେଶ୍ୱର, ୧୯/୮(ଏସଏସନିଉଜ) ଉତ୍ତର ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଶୁକ୍ରବାର ସକାଳ ସୁଦ୍ଧା ଅବପାତ (ଡିପ୍ରେସନ୍‌) ରୂପ ନେବ । ଏହା ପ୍ରଭାବରେ ଆସନ୍ତା ଦୁଇଦିନ ପ୍ରବଳ ବର୍ଷା ହେବ । ବନ୍ୟାର ସ୍ଥିତି ଧିରେଧିରେ ସୁଦୃଢ ହେଉଥିବାବେଳେ ପୁଣି ବର୍ଷା ବୋଝ ଉପରେ ନଳିତା ବିଡ଼ା ଭଳି ହେବାକୁ ଯାଉଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହି ୨୧ରୁ କ୍ରମଶଃ କମିବ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ସହ ପବନ ବେଗ ମଧ୍ୟ ବଢ଼ିବ । ବନ୍ୟା ପ୍ରଭାବିତ ଅଞ୍ଚଳରେ ଅନେକ ଘର ଓ ଗଛ ଦୁର୍ବଳ ଅବସ୍ଥାରେ ରହିଛି । ପବନରେ ଏଗୁଡ଼ିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଦେଖାଦେଇଛି ।

Leave A Reply

Your email address will not be published.