ଶୁକ୍ରବାର ସକାଳର ରାଶିଫଳ

0 269

ମେଷ:-ଆପଣଙ୍କର ସ୍ବଭାବ ଆଖପାଖର ବାତାବରଣକୁ ମଜାଦାର କରିବ। କୌଣସି ବିଶେଷ କାର୍ଯ୍ୟ ଅତିଶୀଘ୍ର ସଂପୂର୍ଣ୍ଣ କରିବେ। ଜୀବନ ସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ।
ବୃଷ:-ମନ୍ଦିରକୁ ଯାଆନ୍ତୁ, ମନରେ ଆଶା ସଞ୍ଚାର ହେବ। ସରକାରୀ ଚାକିରିଆଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କଂପ୍ୟୁଟର ଇଂଜିନିୟରଙ୍କୁ ବିଦେଶରେ ଚାକିରିର ସୁଯୋଗ ମିଳିବ।
ମିଥୁନ:-କ୍ୟାରିୟରରେ ମୋଡ଼ ପରିବର୍ତ୍ତନ ଲାଗି ଦିନଟି ଶୁଭ। ନୂଆ ଲୋକଙ୍କ ସହିତ ସଂପର୍କ ସ୍ଥାପନ ହେବ। କାରବାରରେ ବକେୟା ଅର୍ଥ ପାଇବେ। ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ କରିବେ।‌
କର୍କଟ:-ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଲାଭ ହେବ। ଅଧିକାରୀ ଖୁସି ରହିବା ହେତୁ ଆପଣଙ୍କର ଦରମା ବଢ଼ିପାରେ।
ସିଂହ:-ଅଧିକାରୀଙ୍କ ସହିତ ତାଳମେଳ ବଜାୟ ରଖନ୍ତୁ, ଲାଭ ହେବ। ପ୍ଲାଷ୍ଟିକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।
କନ୍ୟା:-ଲାଗି ରହିଥିବା ଚିନ୍ତା ସମାପ୍ତ ହେବ। ଅନ୍ତରଙ୍ଗ ବନ୍ଧୁ ସହ ବାହାରେ ଭୋଜନ କରିବେ। ଜରୁରୀ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରନ୍ତୁ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ।
ତୁଳା:-ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ। ଅଫିସରୁ ଘରକୁ ଫେରିବା ବାଟରେ ବନ୍ଧୁ ସହିତ ମନାନ୍ତର ହେବ। ଘରୋଇ ଜିନିଷ କିଣିବାରେ ଅଧିକ ପଇସା ଖର୍ଚ୍ଚ କରିପାରନ୍ତି।
ବିଛା:-ଆପଣ ସକାରାତ୍ମକ ତରଙ୍ଗରେ ପୂର୍ଣ୍ଣ ରହିବେ। ଅନ୍ୟମାନଙ୍କ ସହ ଗୋପନୀୟ କଥା ଆଲୋଚନା କରନ୍ତୁ ନାହିଁ। କ୍ରିକେଟ୍ ଖେଳାଳିଙ୍କ ଲାଗି ଦିନଟି ଶୁଭ।
ଧନୁ:-ସକାରାତ୍ମକ ଭାବନା ଆପଣଙ୍କୁ ସଫଳତା ଆଡ଼କୁ ଆଗେଇ ନେଇଯିବ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ଅଫିସରେ ଆପଣଙ୍କ ପାଖ‌ରେ ଅଧିକ କାମ ରହିବ।
ମକର:-ବାପା ଓ ଭାଇଙ୍କର ସାହାଯ୍ୟ ପାଇବେ। ନୂଆ କାମ କରିପାରନ୍ତି। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ। ଶିକ୍ଷାର୍ଥୀ ଆଳସ୍ୟ ତ୍ୟାଗ କରନ୍ତୁ।
କୁମ୍ଭ:-ନୂଆ ଯୋଜନା ପ୍ରସ୍ତୁତ କରିବା ଲାଗି ଭଲ ଦିନଟିଏ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ।
ମୀନ:-ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ମାର୍ଗ ଖୋଲିବ। ସମାରୋହକୁ ଯିବାର ଅବସର ପାଇବେ। କାହାରି ସହ କଥା ହେବାବେଳେ ଭାବିଚିନ୍ତି କଥା କୁହନ୍ତୁ।
ନୀତିବାଣୀ-ଭାଗ୍ୟ ଉପରେ ଆପଣ ଯେତେ ନିର୍ଭର କରି ଭବିଷ୍ୟତର ସ୍ବପ୍ନ ଦେଖିବେ ତେଵେ ଭଗବାନ ଙ୍କ ଉପରେ ବିଶ୍ବାସ ରଖନ୍ତୁ ।

ବାସ୍ତୁଟିପ୍ପଣୀ-ସକାଳେ ଘରର ମୁଖ୍ୟ କବାଟ ଖୋଲିବା ପରେ କରନ୍ତୁ ଏହି ଛୋଟ କାମ, ଘରକୁ ଆସିବ ସୁଖ ସମୃଦ୍ଧି…
ଆମ ଜୀଵନରେ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଅଛି ।ଶାସ୍ତ୍ର ରେ ମନୁଷ୍ୟର ସମସ୍ତ ବିଷୟ ସମ୍ପର୍କରେ ସୂଚନା ଦିଆ ଯାଇଥାଏ ।ଶାସ୍ତ୍ରଅନୁସାରେ ବାସ୍ତୁଶାସ୍ତ୍ର ଅନୁସାରେ ଘର ତିଆରି କରିବା ଉଚିତ । ଘରେ ସୁଖଶାନ୍ତି ରହିବାକୁ ହେଲେ କେତେକ ଉପାୟ କରିବାକୁ ପଡିଥାଏ ।ସେହିଭଳି ରହୁଥିବା ଘରର ଦ୍ୱାରରମୁହଁର ମଧ୍ୟ ମହତ୍ୱ ରହିଛି ।ଘରର ମୁଖ୍ୟଦ୍ୱାରର ବହୁତ ମହତ୍ୱ ରହିଥାଏ ।
ଯଦି ଘରର ଦ୍ୱାରମୁହଁ ବାସ୍ତୁ ଅନୁଯାୟୀ ହୋଇଥାଏ ତେବେ ସେହିଘରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଠିକ ରହିଥାଏ ଏବଂ ସେହିଘରେ ରହୁଥିବା ଲୋକଙ୍କ ସୁଖସମୃଦ୍ଧି ବଢିଯାଏ । ଶାସ୍ତ୍ରରେ ମୁଖ୍ୟଦ୍ୱାରକୁ ଗ୍ରହ ମାନଙ୍କଦ୍ୱାର ବୋଲି ମନାଯାଏ ।ଭାରତୀୟ ହିନ୍ଦୁଶାସ୍ତ୍ର ଅନୁସାରେ ଘରରଦ୍ୱାରକୁ କଳସ,ଆମ୍ବ ପତ୍ର,ନଡ଼ିଆ ,ଫୁଲ,ଅଶୋକ ଦ୍ଵାରା ସଜାଇବାର ପରମ୍ପରା ରହିଛି ।ତେବେ ଆସନ୍ତୁଜାଣିବା ଘରର କିଛିସମସ୍ୟା ଦୂରକରିବା ପାଇଁ ଉପାୟ ।ଘରରଦ୍ଵାର ମୁହଁରେ ଏହି ଦୁଇଟି ଉପାୟ କରିବାଦ୍ଵାରା ଘରର ସମସ୍ୟା ଦୂର ହୋଇଯିବ ।ବନ୍ଧୁଗଣ ବାସ୍ତୁ ଶାସ୍ତ୍ରଅନୁସାରେ ଘରର ମୁଖ୍ୟ ଦ୍ୱାର ଅନେକ ଗୁଡିଏ ଦୋଷରୁ ଦୂର କରିଥାଏ ।ଯଦି ଆପଣ କିଛି ଛୋଟବଡ ଅସୁବିଧାକୁ ନେଇକି ଚିନ୍ତିତ ରହୁଛନ୍ତି ତେବେ କିଛି ଉପାୟ କରିବାଦ୍ୱାରା ତାହା ଦୂର ହୋଇଯିବ ।ଯେତେବେଳ ଆପଣ ଦ୍ୱାରମୁହଁ କବାଟ ଖୋଲୁଛନ୍ତି ସେତେବେଳେ କିଛି ଗଙ୍ଗାଜଳ ଆଣିକି ଛିଞ୍ଚନ୍ତୁ । ଘର ର କବାଟରେ ସ୍ୱସ୍ତିକଚିହ୍ନ ମଧ୍ୟ ବନାନ୍ତୁ ।ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସେହି ସ୍ୱସ୍ତିକ ଚିହ୍ନକୁ ହଳଦୀ ଓ ସିନ୍ଦୁର ଦ୍ଵାରା କରନ୍ତୁ । ଆପଣ ଏହାକୁ ସୂର୍ଯ୍ୟ ଉଦୟ ପୂର୍ବରୁହି କରନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଘର ର ଦ୍ଵାରମୁହଁରେ ଅଶୋକ ଓ ଆମ୍ବର ପତ୍ରକୁ ସୂତାରେ ବାନ୍ଧି ଘରର ଦୁଆରମୁହଁରେ ଲଗାନ୍ତୁ । ଏହିସବୁ ଉପାୟ କରିବାଦ୍ଵାରା ଆପଣଙ୍କଘରକୁ କୋୖଣସି ଖରାପଶକ୍ତି ପ୍ରଵେଶ କରିପାରିବ ନାହିଁ ।
ଏପରି କରିବାଦ୍ୱାରା ଆପଣଙ୍କ ର କୌଣସିସମସ୍ୟା ରହିବ ନାହିଁ । ଆପଣଙ୍କଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହିବ । କେବେ ମଧ୍ୟ କାହାର କୌଣସି ଅସୁବିଧା କିମ୍ବା ଅଭାବ ରହିବନାହିଁ । ଅର୍ଥ ଜନିତ କୌଣସି ସମସ୍ୟା ଦେଖିବାକୁ ମିଳିବନାହିଁ ,ପତି ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଖୁବ ଭଲରହିବ । ଆପଣଙ୍କଘର ଉପରେ କୌଣସି କୁଦୃଷ୍ଟି ପଡିବ ନାହିଁ ।ଯଦି ଆପଣ ଏହି ନିୟମ ଗୁଡିକୁ ମାନିଚଳିବେ ତେବେ ଆପଣଙ୍କଘରେ ଥିବା ସମସ୍ତ ବାସ୍ତୁଦୋଷର ବିନାଶ ଘଟିବ ।
ଯଦି ଆପଣଙ୍କରଦ୍ୱାର ସବୁ ବେଳେ ପରିଷ୍କାର ରହିଥାଏ ତେବେ ସେହି ମୁଖ୍ୟଦ୍ୱାର ମାଧ୍ୟମ ରେ ଘରକୁ ସମସ୍ତ ପ୍ରକାର ଭଲ ଶକ୍ତି ପ୍ରବେଶ କରିଥାନ୍ତି । ଏହା ଦ୍ୱାରା ଆପଣ ଏବଂ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ସବୁବେଳେ ଖୁସିରେ ରହିଥାନ୍ତି । ଘରର ମୁଖ୍ୟଦ୍ୱାର ଉପରେ କେବେ ମଧ୍ୟ କୌଣସି ପ୍ରକାର ବୃକ୍ଷର ଛାଇ ପଡିବା ଉଚିତ ନୁହେଁ ।🙏ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!🙏

 

Leave A Reply

Your email address will not be published.