ଶୁଣିଲାଣି ପ୍ରଶାସନ

ନିଜେ ମରାମତି କଲେ ଗ୍ରାମବାସୀ

ଭୁବନେଶ୍ବର,୧୩।୧(ଏସଏସନିଉଜ)ରାଜଧାନୀ ଉପକଣ୍ଠକଣ୍ଟୁଣିଆ ଗ୍ରାମ ଭୋଇ ସାହିକୁ ସଂଯୋଗ ହୋଇଥିବା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇପ ଫାଟି ଗତ କିଛି ଦିନ ହେବ ରାସ୍ତା ଉପରେ ପାଣି ଚାଲୁଥିଲା।ଯାହାଫଳରେ ସାଧାରଣ ଲୋକ ଯିବା ଆସିବାରେ ହଇରାଣ ହେବା ସହ ଆବଶ୍ୟକୀୟ ପାଣି ଯୋଗାଣରେ ମଧ୍ୟ ପ୍ରତିବନ୍ଧକ ଦେଖାଦେଇଥିଲା।ଏହାର ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମବାସୀ ମାନେ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ। ହେଲେ ସୋମବାର ଠାରୁ ଅବସ୍ଥା ଅତ୍ୟଧିକ ଶୋଚନୀୟ ହୋଇ ପଡ଼ିଥିଲା। ରାସ୍ତା ଉପରେ ପାନୀୟ ଜଳ ଅନବରତ ବୋହି ନଷ୍ଟ ହେବା ସହ ରାସ୍ତାଘାଟ ପାଣି କାଦୁଅର ରୂପ ନେବାକୁ ଆରମ୍ଭ କରିଥିଲା। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀମାନେ ନିଜସ୍ଵ ଅର୍ଥ ସଂଗ୍ରହ କରି ସେହି ଅର୍ଥ ବିନିଯୋଗ କରି ମଙ୍ଗଳବାର ଫଟା ପାଇପ ମରାମତି କରିଥିବାର ଦେଖିବାକୁ ମିଳିଛି

 

- Advertisement -

Leave A Reply

Your email address will not be published.