ଶୁଣିଲେନି ରେଞର,ଧାରଣାରେ ବସିଲେ ଅସ୍ଥାୟୀ କର୍ମଚାରୀ

0 211

ବାରଙ୍ଗ୩/୪(ଏସଏସନିଉଜ) ନନ୍ଦନକାନନକୁ ବୁଲିବାକୁ ଆସଥିବା ପର୍ଯ୍ୟଟକମାନଙ୍କୁ ଠିକାରେ ନେଇ ବ୍ୟବସାୟ କରୁଥିବା କର୍ମଚାରୀମାନେ ହଇରାଣ କରିବା ନିତିଦିନିଆ ଘଟଣାରେ ପରିଣତ ହେଇଗଲାଣି ।ଏମିତି ଏକ ଘଟଣା ଶନିବାରଦିନ ଘଟିଥିବାବେଳେ ଏହାକୁ ନିଜ ମୋଇବାଲରେ କଏଦ କରିବାର ପ୍ରୟାସ କରି ଜନ୍ତୁବିଭାଗର ଜଣେ ଅସ୍ଥାୟୀ କର୍ମଚାରୀ ବେଟାରୀଚାଳିତ ଗାଡିକୁ ଠିକାରେ ନେଇଥିବା କର୍ମଚାରୀମାନଙ୍କର ରୋଶର ଶିକାର ହେବାକୁ ପଡିଛି ।ଅଶ୍ଳିଳଭାଷାରେ ଗାଳିଗିଲଜ ସହ ନିର୍ଦ୍ଧୁମ ମାଡଖାଇ ବିଭାଗୀୟ ରେଞରଙ୍କୁ ଗୁହାରୀ କରଛନ୍ତି ।ହେଲେ ରେଞର କିଛି ନଶୁଣିବାରୁ ଏହାର ପ୍ରତିବାଦରେ ରବିବାରଦିନ ୮୦ଜଣ ଅସ୍ଥାୟୀ କର୍ମଚାରୀମାନେ ଆସି ଜନ୍ତୁବିଭାଗରେଞରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ।ପରେ ବେଟାରୀଚାଳିତ ଗାଡିର ଠିକାଦାରା ଜନ୍ତୁବିଭାଗ ରେଞରଙ୍କ ଉପସ୍ଥିତିରେ କର୍ମଚାରୀମାନଙ୍କୁ ନିଜର ଭୁଲ ସ୍ବୀକାର କରିବାପରେ କର୍ମଚାରୀମାନେ ଧାରଣାରୁ ଉଠି କାମ କରିବାକୁ ଯାଇଥିଲେ ।ଯାହାଫଳରେ ବିଳମ୍ଭରେ ଜନ୍ତୁକାର୍ଯ୍ୟ ହୋଇଥିଲା ।
ପ୍ରକାସ ଯେ, ଶନିବାର ଅପରାହ୍ନ ୫ଟାପରେ ବ୍ୟାଟେରି ଚାଳିତ ଗାଡିରେ ବୁଲିବା ପାଇଁ ୨୩ଜଣ ପର୍ଯ୍ୟଟକ ଟିକଟ କରିଥିଲେ।କିନ୍ତୁ ନନ୍ଦନକାନନ ସାଢେ ୫ଟାରେ ବନ୍ଦ ହେଉଥିବାରୁ ସେମାନେ ବ୍ୟାଟେରିଚାଳିତ ଗାଡିରେ ବୁଲି ପାରିବେ ନାହିଁ ବୋଲି ବ୍ୟାଟେରି ଗାଡିର କର୍ମଚାରୀମାନେ କହିଥିଲେ।ଯାହାକୁ ନେଇ ପର୍ଯ୍ୟଟକ ଓ ବ୍ୟାଟେରି ଚାଳିତଗାଡି କର୍ମଚାରୀଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା।ଏହି ଦୃଶ୍ୟକୁ ଜନ୍ତୁ ବିଭାଗର ଶଙ୍କର ସାମଲ ନାମକ ଜଣେ ଅସ୍ଥାୟୀ କର୍ମଚାରୀ ମୋବାଇଲ ଫୋନରେ ଚିତ୍ର ଉତ୍ତୋଳନ କରୁଥିବାର ଦେଖି ବ୍ୟାଟେରି ଗାଡି କର୍ମଚାରୀମାନେ ବିରୋଧ କରିବା ସହ ମାଡ ମାରିଥିଲେ।ଅସ୍ଥାୟୀ କର୍ମଚାରୀଙ୍କ ଦାୟିତ୍ବରେ ଥିବା ଜନ୍ତୁ ବିଭାଗରେଞରଙ୍କୁ ଲିଖିତ ଅଭିଯୋଗ କରିଥିଲେ।କିନ୍ତୁରେଞର କୈାଣସି ପଦକ୍ଷେପ ନ ନେବାରୁ ରବିବାର ସକାଳ ୭ଟା ପରେ ପ୍ରାୟ ଦେଢଘଣ୍ଟା ଧରି ୮୦ ଜଣ ଅସ୍ଥାୟୀ କର୍ମଚାରୀ ଏକାଠି ହୋଇ ଜନ୍ତୁ ରେଞରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।ତେବେ ରେଞରଙ୍କ ଉପସ୍ଥିତିରେ ବ୍ୟାଟେରି ଚାଳିତଗାଡିର ଠିକାଦାର ଆସି ଧାରଣାରେ ବସିଥିବା କର୍ମଚାରୀମାନଙ୍କୁ ଭୁଲସ୍ୱିକାର କରିବାପରେ ଧାରଣାରତ କର୍ମଚାରମାନେ ଉଠିଥିଲେ । ଯାହାଫଳରେ ଜନ୍ତୁ ଏନକ୍ଲୋଜରରେ ରହୁଥିବା ଜନ୍ତୁମାନଙ୍କର ଖାଦ୍ୟପେୟ ଓ ଏନକ୍ଲୋଜର ସଫା ହେବାଭଳି କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା।
ଏଭଳି ଘଟଣା ନନ୍ଦନକାନନରେ ନୂଆ ହୋଇନଥିବାବେଳେ ବେଆଇନ ଭାବରେ ମନଇଛା ଟିକଟ କାଟି ପର୍ଯ୍ୟଟକ ଙ୍କୁ ଶୋଷଣ କରିବା ଠିକାସଂସ୍ଥାମାନଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି ।ବେଟାରୀଚାଳିତ ଗାଡି,ସଫାରୀ,ବୋଟିଂକୁ ନନ୍ଦନକାନନ କର୍ତୁପକ୍ଷ ଘରୋଇକରଣରେ ଦେଇଥିବାବେଳେ ଏମାନଙ୍କ କାର୍ଯ୍ୟକୁ ତଦାରଖ କରିବାକୁ ଦାୟିତ୍ୱରେ ଥିବା ରେଞରଙ୍କ ଖାମଖିଆଳ ମନୋଭାବ ଯୋଗୁ ବହୁ ସମୟରେ ପର୍ଯ୍ୟଟକମାନେ ଶୋଷଣର ଶିକାର ହେଉଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.