ଶୁଣିଲେନି ଆରଆଇ,ଧରିଲେ ଆଡସିନାଲ ତହସିଲଦାର

0 269

ମେଣ୍ଢାଶାଳ,୨୦/୧୧(ଏସଏସନିୟୁଜ)ମେଣ୍ଢାଶାଳ ଅଂଚଳରେ ରାତିଅଧିଆ ମୋରମ ଚୋରଚାଲଣ ହେଉଛି ।କେଉଁଠି ଘରୋଇରାସ୍ତା ହେଉଛି ତ କେଉଁଠି ଚାଷଜମିପୋତାଯିବା କାମରେ ବ୍ୟବହାର ହେଉଛି ।ନିଲାମ ନାହିଁ କିନ୍ତୁ ମାଫିଆମାନେ ରାଜସ୍ୱବିଭାଗର କର୍ମଚାରୀମାନଙ୍କୁ ମୋଟା ଅଙ୍କର ପାଉଣା ଦେଇ ନିର୍ବିଘ୍ନରେ ଚୋରାରେ ମାଟି ଓ ମୋରମ ଉଠାଉଛନ୍ତି ।ସବୁଠରୁ ବଡକଥା ହେଲା ମେଣ୍ଢାଶାଳ ଆରଆଇ କାର୍ଯ୍ୟାଳୟଠାରୁ ଅଳ୍ପଦୁରରେ ମୋରମ ଆସି ରାସ୍ତାକାମରେ ବ୍ୟବହାର ହେଉଛି ।ସେ ପୁଣି ସରକାରୀ କାର୍ଯ୍ୟ ନୁହେଁ ଘରୋଇ ବ୍ୟବସାୟୀଙ୍କ କାର୍ଯ୍ୟରେ ଲାଗୁଛି ।ସବୁଜାଣି ନଜାଣିଲାପରି ରହୁଛନ୍ତି ଆରଆଇ ବାବୁ ।ସ୍ଥାନୀୟ ଲୋକାମନେ ଆରଆଇବାବୁଙ୍କୁ ଊଅଭିଯୋଗ କରିବାପରେ ମଧ୍ୟ ତାଙ୍କର ନୀଦ ଭାଙ୍ଗିନଥିଲା ।ସରକାରଙ୍କର ରାଜସ୍ୱ କ୍ଷତି ଘଟୁଥିଲେ ତାଙ୍କ ରାଜସ୍ୱ ତ ବୃଦ୍ଧିପାଉଛି ।ତେଣୁ ଶୁଣିନଥିଲେ ।ଅଭିଯୋଗ କରିଥିବା ଲୋକାମନେ ନଛୋଡବନ୍ଧା ଭାବେ ଭୁବନେଶ୍ୱର ଆଡସିନାଲ ତହସିଲଦାର କହିବାରୁ ଚିତରଞନପିଲାଙ୍କ ଦୃଷ୍ଟିକୁ ଆଣିବାପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।ଶୁକ୍ରବାରରାତିରେ ତହସିଲ ଓ ମେଣ୍ଢାଶାଳ ଫାଣ୍ଡି ପୋଲିସର ମିଳିତଭାବେ ଚଢାଉ କରି ମେଣ୍ଢାଶାଳ ପେଟ୍ରୋଲପମ୍ପ ନିକଟରୁ ଦୁଇଟି ମୋରମବୋଝେଇ ହାଇୱା ଓ ଏକ ଜେସିବିକୁ ଜବତ କରିଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.