ଭୁବନେଶ୍ୱର,୨୩।୮(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ବିଶ୍ଵ ସ୍ତରୀୟ କରିବା ପାଇ ଉଦ୍ୟମ ଆରମ୍ଭ ହୋଇଛି।ଏଥିନିମନ୍ତେ ସରକାରଙ୍କ ପକ୍ଷରୁ ଲକ୍ଷଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ଆସିବା ଆରମ୍ଭ କରିଛି।ନୂତନ ଜ୍ଞାନ କୌଶଳରେ ଏହାର ରୂପରେଖ ବଦଳାଇବା ପାଇ ମଧ୍ୟ ପ୍ରୟାସ କରାଯାଉଛି।ଏହାଭିତରେ ନନ୍ଦନକାନନ ପକ୍ଷରୁ ଇକୋ ସେନ୍ସିଟିଭ ଜୋନକୁ ନେଇ ସର୍ଭେ କାମ ଆରମ୍ଭ କରାଯାଇଛି। ନନ୍ଦନକାନନ ପକ୍ଷରୁ ପ୍ରସ୍ତୁତ ହେବାକୁ ଥିବା ମାଷ୍ଟରପ୍ଲାନ୍ ପାଇଁ ଏହି ସର୍ଭେ କାମ କରାଯାଉ ଥିବାର ଜଣାପଡିଛି। ଏହି ସର୍ଭେ କାମର ଦାୟିତ୍ଵ ଏକ ସ୍ୱେଚ୍ଛାସେବୀ ସଂଗଠନ ଚନ୍ଦନମ୍ କୁ ଦାୟିତ୍ଵ ଦିଆଯାଇଛି।ଏହି ସଂଗଠନ ପକ୍ଷରୁ ଅବସରପ୍ରାପ୍ତ ଫରେଷ୍ଟ ଅଫିସର ଭୀମସେନ ମହାରଣା, ଦୀପକ ରଂଜନ ଖିଲାର,ପ୍ରବୋଧ ଚନ୍ଦ୍ର ନାୟକଙ୍କୁ ନେଇ ଗଠିତ ୩ଜଣିଆ ଦଳ ଦୁଇଦିନ ଧରି ନନ୍ଦନକାନନ ପାଦଦେଶର ଇକୋ ସେନ୍ସିଟିଭ ଅଞ୍ଚଳକୁ ଗ୍ରସ୍ତ କରି ସେଠାରେ ଗଢି ଉଠିଥିବାହୋଟେଲ,ପାନ ଦୋକାନୀ ଓ ଅନ୍ୟାନ୍ୟ ବ୍ୟବସାୟୀ ମାନଙ୍କ ଅସୁବିଧା ଓ ସୁବିଧା ବିଷୟରେ ପଚାରି ବୁଝି ଏକ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି।ଏହାସହ ପର୍ଯ୍ୟଟକ ଓ ବ୍ୟବସାୟୀମାନଙ୍କ ସୁବିଧାର ବ୍ୟବସ୍ତା କଣ ରହିଛି ଆଉ କଣ ଅଧିକ କରାଯିବା ଦରକାର ତାଉପରେ ଗୁରୁତ୍ୱାରୋପ କରୁଥିଲେ।ଏହାସହ ଦୋକାନ ଓ ହୋଟେଲରୁ ବାହାରୁଥିବା ପ୍ଲାଷ୍ଟିକ ବୋତଲ,ଜରି,ବଳକାଖାଦ୍ୟ, ଅଳିଆ ଆବର୍ଜନା,ବର୍ଜ୍ୟବସ୍ତୁକୁ ପକାଇବାର ସୁବିଧା, ପର୍ଯ୍ୟଟକ ମାନଙ୍କ ସୁବିଧା, ରାସ୍ତାଘାଟ, ପାନୀୟଜଳ,ଲାଇଟ୍,ଆସୁଥିବା ଯାତ୍ରୀବାହି ଗାଡି ରହିବାର ସୁବିଧା ,ବ୍ୟବସାୟୀମାନଙ୍କ ସ୍ଥାୟୀତ୍ବ ଆଦି ବିଭିନ୍ନ ବିଷୟରେ ପଚାରୁଛନ୍ତି।ଏହାସହ ଇକୋ ସେନ୍ସିଟିଭ ଅଞ୍ଚଳରେ ବେଆଇନ ଭାବେ ବିନା ଅନୁମତିରେ ଗଢିଉଠିଥିବା ଅଟ୍ଟାଳିକା ଓ ପ୍ରତିଷ୍ଠାନଗୁଡ଼ିକର ତାଲିକା ମଧ୍ୟ ସଂଗ୍ରହ କରୁଛନ୍ତି।ଏହି ସର୍ଭେ ଘଟଣା ପରେ ନନ୍ଦନକାନନ ବସଷ୍ଟାଣ୍ଡର ରୂପରେଖ ଖୁବ୍ ଶୀଘ୍ର ବଦଳିବାକୁ ଯାଉଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ତେବେ ଏହି ସର୍ଭେ ପରେ ଏହାର ରିପୋର୍ଟକୁ ନନ୍ଦନକାନନ ଉପନିର୍ଦେଶକ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ପ୍ରବୋଧ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।
(ଶଶିକାନ୍ତ ନାୟକଙ୍କ ରିପୋର୍ଟ)
Prev Post
Next Post
