ସସପେନ୍ସରେ ଅଭିନେତ୍ରୀ ରଶ୍ମିଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୦/୬(ଏସଏସନିଉଜ) ସସପେନ୍ସ ମଧ୍ୟରେ ରହିଛି ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ । ରଶ୍ମିରେଖା ଓଝାଙ୍କ ଝୁଲନ୍ତା ମୃତଦେହ ଗତକାଲି ତାଙ୍କ ଭଡାଘରୁ ଉଦ୍ଧାର କରାଯାଇଥିଲା । ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତକରିବା ସହ ସେଥିରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନଥିବା ଉଲ୍ଲେଖ ରହିଛି । ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରୁ ସନ୍ଦେହଜନକ ଅବସ୍ଥାରେ ରଶ୍ମିରେଖାଙ୍କ ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ଏବେ ସସ୍‌ପେନ୍ସ ଦେଖାଦେଇଛି। ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା ଜଣାପଡିନାହିଁ । ତେବେ ରଶ୍ମିରେଖା ନୟାପଲ୍ଲୀରେ ନିଜ ପୁରୁଷ ବନ୍ଧୁଙ୍କ ସହ ରହୁଥିଲେ । ଏହି ମାମଲାର କୌଣସି ସ୍ପଷ୍ଟ ସୂଚନା ମିଳି ପାରିନଥିବାବେଳେ ମୃତ୍ୟୁକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି ।ତେବେ ପୋଲିସ ତଦନ୍ତ ଆରମ୍ଭ କରିଛି ।

 

 

- Advertisement -

Leave A Reply

Your email address will not be published.