କାଲିଠୁ ଘରଘର ବୁଲି ରୋଗୀ ଚିହ୍ନଟ

0 117

ଭୁବନେଶ୍ୱର, ୨୦/୬(ଏସଏସନିଉଜ) ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣ ପାଇଁ କାଲିଠୁ ଘରଘର ବୁଲି ରୋଗୀ ଚିହ୍ନଟ ପ୍ରକିୟା ଆରମ୍ଭ ହେବାକୁ ଯାଉଛି । ପୁରୁଣା ଷ୍ଟ୍ରାଟେଜି ଆପଣେଇଛୁ, ଟିକା ଓ ସର୍ଭେଲାନ୍ସ ଜୋରଦାର ହୋଇଛି ।କାଲିଠୁ ଇଣ୍ଟିଗ୍ରେଟେଡ ସର୍ଭେଲାନ୍ସ, ଘର ଘର ବୁଲି ରୋଗୀ ଚିହ୍ନଟ ହେବାସହ ଚିହ୍ନଟ ରୋଗୀଙ୍କୁ ଆଇସୋଲେସନ କରାଯାଇ ଚିକିତ୍ସା କରାଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି, ୪୦% ସ୍ୱାସ୍ଥ୍ୟକର୍ମୀ, ୧୦% ସମ୍ମୁଖ ଯୋଦ୍ଧା ପ୍ରିକସନ ଡୋଜ୍ ନେଇନାହାନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

 

Leave A Reply

Your email address will not be published.