ସ୍ବର୍ଗତ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ

0 316

କଟକ,୨୩/୧(ଏସଏସନିୟୁଜ)ସ୍ବର୍ଗତ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବକ୍ସିବଜାର ସ୍ଥିତ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ବର୍ଗତ ରାଓଙ୍କ ଏକାଦଶ ଉପଲକ୍ଷେ ବାସଭବନ ଯାଇ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଡି. ପ୍ରକାଶ ରାଓଙ୍କ ପରିବାର ସହ ଭେଟି ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ ।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଓଡ଼ିଶାର ଗୌରବ ଥିଲେ ଡି. ପ୍ରକାଶ ରାଓ । ପ୍ରକାଶ ରାଓଙ୍କୁ ବଣମଲ୍ଲି ସହ ତୁଳନା କଲେ । ଦୀର୍ଘ ସମୟ ଧରି ନିଜ ବେଉସାରୁ ପଇସା ବଞ୍ଚାଇ କିଭଳି ସମାଜ ସେବା କରିବାରେ ସଫଳ ମଣିଷ ପାଲଟିଥିଲେ, ପ୍ରଧାନମନ୍ତ୍ରୀ ତାଙ୍କୁ ଚିହ୍ନି ପାରିଥିଲେ । ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.