ତଦାରଖ କଲେ ମନ୍ତ୍ରୀ

0 176

ମାଲକାନଗିରି, ୧୫/୭(ଏସଏସନିୟୁଜ) ତଦାରଖ କଲେ ମନ୍ତ୍ରୀ । ଜିଲ୍ଲାରେ ଜାରି ରହିଥିବା ବିଭିର୍ଣ ଉନ୍ନୟନ ମୁଳକ କାର୍ଯ୍ୟର ଅଗ୍ରଗତି ଉପରେ ଅଧରକାରୀମାନଙ୍କ ସହ ଆଲୋଚାନ କରିବା ସହ କାର୍ଯ୍ୟଗୁଡିକ ଶିଘ୍ର ସାରିବା ପାଇଁ ପରାମର୍ଶ ଦେଇଥିଲେ ।ଆଜି ମନ୍ତ୍ରୀ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତୁଷାର କାନ୍ତି ବେହେରା ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିଲେ ।ବିଭିର୍ଣ କାର୍ଯ୍ୟସବୁ ବୁଲି ଦେଖିସାରିବାପରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ଅଧିକାରୀମାନଙ୍କୁ ନେଇ ସମିକ୍ଷା କରିଥିଲେ ।ଏଥିରେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାୟକ, ମାଲକାନଗିରି ଜିଲ୍ଲାପାଳ, ଜିଲ୍ଲା ପ୍ଲାନିଂ କମିଟି ର ସଦସ୍ୟମାନେ ଯୋଗ ଦେଇଥିଲେ। ଏହାସହ ଯୋଗଦେଇଥିବା ଗ୍ରାମ୍ୟ ଉନ୍ନୟନ,ଶିକ୍ଷା,ବିଦ୍ୟୁତ,ଆରଆଣ୍ଡବି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦିବିଭାଗର ଅଧିକାରୀମାନଙ୍କ ସହ ସେମାନଙ୍କ ବିଭାଗ ଦ୍ୱାରା ହେଉଥିବା ଉନ୍ନୟନମୁଳକ କାର୍ଯ୍ୟର ଅଗ୍ରଗତି ଓ ପୁର୍ଣାଙ୍ଗକୁ ନେଇ ଆଲୋଚନା କରିଥିଲେ ।

Leave A Reply

Your email address will not be published.