ତହସିଲ ଅଫିସ ଘେରିଲେ ଗ୍ରାମବାସୀ

0 125

ବାରଙ୍ଗ, ୧୯/୧୧ (ଏସଏସନିଉଜ) ଶନିବାର ଦିନ ସଦର ଥାନା ଅନ୍ତର୍ଗତ ତଳବାଡ ମୌଜାରେ ଥିବା ଗୋଚର ଜମିକୁ ଜବର ଦଖଲକାରୀଙ୍କ କବଳରୁ ମୁକ୍ତ କରିବା ଦାବିନେଇ ଗ୍ରାମବାସୀମାନେ ବାରଙ୍ଗ ତହସିଲକାର୍ଯ୍ୟାଳୟ କୁ ଘେରିଛନ୍ତି। ସୂଚନା ଅନୁଯାୟୀ ନଗରୀ ଗ୍ରାମପଂଚାୟତର ଦଳବାଡ଼ ଗ୍ରାମ ସମ୍ମୁଖରେ ଥିବା ଗୋଚର ଜମିକୁ ଜବର ଦଖଲକାରୀଙ୍କ କବଳରୁ ମୁକ୍ତ କରିବାକୁ ଗ୍ରାମବାସୀମାନେ ଦାବି କରି ଆସୁଥିଲେ ।କିଛି ପ୍ରଭାଶାଳୀ ବ୍ୟକ୍ତ ଗୋଚର ଜମିକୁ ଜବରଦଖଲ କରି ସେଥିରେ ଯୋରଜବରଦସ୍ତ ରାସ୍ତା ନିର୍ମାଣ କରିଥିଲେ ।ଏହାସହିତ ଏକ ଘରୋଇ ଗୃହ ନିର୍ମାଣକାରୀ ସଂସ୍ଥା ବ୍ୟବସାୟିକ ଉଦ୍ଦେଶ୍ୟରେ ତାର ଗୃହ ନିର୍ମାଣକାର‌୍ୟ୍ୟ ଆରମ୍ଭ କରିଥିବାରୁ ଏହାକୁନେଇ ଗ୍ରାମରେ ଉତେଜନା ଦେଖାଦେଇଥିଲା । ଏହି ସ୍ଥାନରେ ଗ୍ରାମ ମହିଳାଗୋଷ୍ଠିଙ୍କ ତରଫରୁ ବନୀକରଣ କରାଯାଇଥିଲା । କିନ୍ତୁଗ୍ରାମର କିଛି ଖଳପ୍ରକୃତିର ଲୋକ ଗୃହ ନିର୍ମାଣକାରୀ ସଂସ୍ଥାର ପ୍ରଲୋଭନରେ ପ୍ରଡି ସମସ୍ତ ଗଛକୁ ନଷ୍ଟ କରିବା ପରେ ଆବଦ୍ଧ କରାଯାଇଥିବା ବଡକୁ ଭାଙ୍ଗିଦେଇଥିବାର ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ବହୁବାର ଗ୍ରାମବାସୀମାନେ ପ୍ରଶାସନ ଦୃଷ୍ଟି ଆକର୍ଷଣ କରି କୌଣସି ସୁଫଳ ପାଇପାରିନଥିଲେ।ଏହାର ପ୍ରତିବାଦରେ ଶତାଧିକ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ କୁ ଘେରିଥିଲେ ।ପ୍ରାୟ୨ଘଂଟାକାଳ କାର୍ଯ୍ୟାଳୟ କୁ ଘେରିବା ପରେ ତହସିଲଦାର ସଂକଳ୍ପ ସ୍ୱସ୍ତିକ ସାହୁ ଆସି ଗ୍ରାମବାସୀମାନଙ୍କ ସହ ଆଲୋଚନାକରିଥିଲେ ।ଆସନ୍ତା ମଙ୍ଗଳବାରଦିନ ସ୍ଥାନୀୟ ଲୋକପ୍ରତିନିଧି .ପୋଲିସପ୍ରଶାସନର ଉପସ୍ଥିତିରେ ଅଭିଯୋଗ ଆସିଥିବା ଜାଗାକୁ ଯାଇ ଅନୁଧ୍ୟାନ କରିବାସହ ଆଇନଗତଦୀଗରେ କାର‌୍ୟ୍ୟାନୁଷ୍ଠାନନେବାକୁ ପ୍ରତିଶୃତିପରେ ଗ୍ରାମବାସୀମାନେ ଫେରିଥିଲେ ।

Leave A Reply

Your email address will not be published.