ତାଲିମ ନେଲେ ଆଉ ସ୍ୱାସ୍ଥ୍ୟ ପରୀକ୍ଷା କଲେ

ମେଣ୍ଢାଶାଳ,୩।୭(ଏସଏସନିଉଜ) ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ସାମ୍ପ୍ରତିକ ସମୟରେ ହୃଦଘାତର କାରଣ ଓ ନିରାକରଣ ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଇବାର ଲକ୍ଷ୍ୟନେଇ ଯୁବ ରେଡକ୍ରସ ୟୁନିଟ, ରେଡରିବନ କ୍ଲବ ଏବଂ ଏନଏସଏସ ୟୁନିଟ ଆନୁକୂଲ୍ୟରେ ଏମ୍ସଆରସି, ଏମଏଫଏମ ଓ ମେଣ୍ଢାଶାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସହାୟତାରେ ଚନ୍ଦକା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏକ ଦିନିକିଆ ଶିକ୍ଷା ଓ ଶିକ୍ଷଣ କାର୍ଯ୍ୟକ୍ରମ ସହିତ ସ୍ୱାସ୍ଥ୍ୟଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଅଛି ।ଯୁବରେଡକ୍ରସ ଓ ରେଡରିବନ କ୍ଲବର ସଂଯୋଜକ ସୁରେଶ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଅଧ୍ୟକ୍ଷା ଡ. ସୁଧାଂଶୁବାଳା ସାହୂ ସଭାପତତ୍ବ କରି ଜାଣିଲେ ଜିଣିବା ବୋଲି ମତ ରଖିଥିଲେ । ଡକ୍ଟର ଆସ୍ଥା ଏବଂଡ.ଦେବବ୍ରତ ତ୍ରିପାଠୀ ସଚେତନତା ହିଁ ବାସ୍ତବ ନିରାକରଣ ବୋଲି କହିଥିଲେ । ଯାନ୍ତ୍ରିକ ପ୍ରକଳ୍ପ ସହକାରୀ କ୍ରିପାଲି ମହାନ୍ତି ସମସ୍ତଙ୍କୁ ସିପିଆର ଦେବାର ପ୍ରଣାଳୀ ଶିଖାଇଥିଲେ । ଏହି କାର୍ଯ୍ୟକ୍ରରେ ଜ୍ୟୋସ୍ନରାଣୀ ପରିଡା, ଦିପ୍ତି ପ୍ରକାଶ ଦାସ, ସରିତା ତ୍ରିପାଠୀ, ଲାଲକ୍ରିଷ୍ଣା ବେଜ,ସୌମ୍ୟ ରଞ୍ଜନ ପଣ୍ଡା ଆଦି ସହଯୋଗ କରଥିଲେ।ଅଧ୍ୟାପକ ସରୋଜ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ମେଣ୍ଢାଶାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକତା ଅନୁସାରେ ଔଷଧ ବିତରଣ କରାଯାଇଥିଲା।
(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.