ତମାଣ୍ଡୋ କପ୍ ଫୁଟବଲ

ଜଗା ୟୁନାଇଟେଡକୁ ହରାଇ ମଙ୍ଗଳା କ୍ଲବ ଫାଇନାଲରେ

0 135

ମେଣ୍ଢାଶାଳ,୨୨ା୧୨(ଏସଏସନିଉଜ)ତମାଣ୍ଡୋ ମିନିଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣାମେଟଂର ଆଜିର ଖେଳରେ ମଙ୍ଗଳା କ୍ଲବବିଜୟୀ ହୋଇଛିା । ଦଳ ୭-୬ ଟାଇବ୍ରେକର ଗୋଲରେ ବିଜୟଲାଭ କରିବାସହ ଟୁର୍ଣ୍ଣାମେଟଂର ଫାଇନାଲରେ ପ୍ରବେଶ କରିଛି । ଆଜିଟୁର୍ଣ୍ଣାମେଟଂର ପ୍ରଥମ ସେମିଫାଇନାଲମ୍ୟାଚ କଟକର ମଙ୍ଗଳା କ୍ଲବ ଓ ଭୁବନେଶ୍ୱରର ଜଗା ୟୁନାଇଟେଡ ମଧ୍ୟରେ ଖେଳା ଯାଇଥିଲା ।ମଙ୍ଗଳା କ୍ଲବ ପ୍ରଥମାର୍ଦ୍ଧରେ ପ୍ରଧାନ୍ୟ ବିସ୍ତାରକରି ୧୧ମିନିଟରେ ବିଶ୍ୱରଞ୍ଜନ ବେହେରାଙ୍କ ଜରିଆରେ ଗୋଟିଏ ଓ ୧୩ ମିନିଟରେ ବାପୁନିବିନ୍ଧାଣୀଙ୍କ ଜରିଆରେ ଅନ୍ୟ ଗୋଟିଏ ଗୋଲଦେଇ ୨-୦ରେ ଆଗୁଆ ରହିଥିଲା । ପ୍ରଥମାର୍ଦ୍ଧରେ ୦-୨ଗୋଲରେ ପଛୁଆ ଥାଇ ଜଗାୟୁନାଇଟେଡ ଦ୍ୱିତୀୟାର୍ଦ୍ଧରେ ରଣନୀତି ବଦଳାଇ ଘନଘନ ଆକ୍ରମଣ ଜାରିରଖିଥିଲା । ଖେଳର ୩୭ ,୪୦ ଓ ୪୮ମିନିଟରେ ଦଳରସେଟଂର ଫରୱାର୍ଡ ଜିନିଓଙ୍କ ଦ୍ୱାରା ୩ଟି ଗୋଲ ସ୍ଖୋର କରି ଦଳ ୩-୨ଗୋଲରେ ଆଗୁଆ ହୋଇଥିଲା । ଖେଳର ଅବଶିଷ୍ଟ ସମୟ ଅତ୍ୟନ୍ତସଂଘର୍ଷମୟ ହୋଇଥିଲା । ମ୍ୟାଚକୁ ଫେରିବାକୁ ମଙ୍ଗଳା କ୍ଲବ ଆପ୍ରାଣ ଉଦ୍ୟମ ଜାରିରଖି ନିର୍ଦ୍ଧାରିତ ସମୟ ଶେଷହେବାର କେଇ ମିନିଟପୂର୍ବରୁ ବବୁଲରାଉତଙ୍କ ଗୋଲ ବଳରେ ଦଳ ୩-୩ରେ ସମାନ ସ୍ଥିତିରେ ପହଚିଂ ଯାଇଥିଲା । ପରେ ଟାଇବ୍ରେକରରେ ଜଗାୟୁନାଇଟେଡ୫ ବଲରୁ ୩ ଓ ମଙ୍ଗଳା କ୍ଲବ ୫ ବଲରୁ ୪ ଗୋଲ ସ୍କୋରକରି ୭-୬ଗୋଲରେ ବଜୟୀ ହୋଇଥିଲା । ୩ଟିଗୋଲ ଦେଇ ହାଟ୍ରିକଅର୍ଜନ କରିଥିବା ଜଗା ୟୁନାଇଟେଡର ଜିନିଓଙ୍କୁ ଶ୍ରେଷ୍ଠ ଖେଳାଳୀ ପୁରଷ୍କାର ଆଜିର ଅତିଥି ନାଲକୋ କର୍ମଚାରୀ ସଂଘର ସଭାପତି ମଦନମୋହନ ଧଳ ପ୍ରଦାନ କରିଥିଲେ । ଆଜିର ଖେଳକୁ ଶିବଶଙ୍କରପଣ୍ଡାଙ୍କ ସହ ଏମ୍ ଏସ୍ ବେଗ , ସୁଜିତ ପାତ୍ର ଓ ଶିବ ଦେହୁରିପରିଚାଳନା କରିଥିଲେ । ଆସନ୍ତା କାଲି ଶକ୍ରବାର ଢେଙ୍କାନାଳର ପପୁଲାର କ୍ଲବ ଅନୁଗୁଳର ଏକେକ୍ଲବ ମଧ୍ୟରେ ୨ୟ ସେମି ଫାଇନାଲମ୍ୟାଚ ଖେଳାଯିବ ବୋଲି ଆୟୋଜକଟିମ ପକ୍ଷରୁ କୁହାଯାଇଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.