ଟାଣିନେଲା ମହାବଳ ବାଘ

0 176

ନୂଆପଡ଼ା,୨୦ା୩(ଏସଏସନିଉଜ)ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନାଥାନା ଜଳମଡେଇଗାଁରେ ସାନମତି ବାରିକ ନାମକ ବୃଦ୍ଧାଙ୍କୁ ଘରପଛପଟୁ ମହାବଳବାଘ ଘରୁ ଟାଣିନେଇ ଖାଇ ଯାଇଥିବା ସୂଚନା ମିଳିଛି। ଗତକାଲିସନ୍ଧ୍ୟାରେ ଘର ପଛପଟ ବାରିକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରିନଥିଲେ ।ପରିବାରଲୋକ ବହୁ ଖୋଜାଖୋଜିପରେ ନିରାଶ ହୋଇଥିବାବେଳେ ଆଜି ସକାଳୁ ଜଙ୍ଗଲ ଭିତରେ ବୃଦ୍ଧାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା ।ଏହା ମହାବଳ ବାଘର କାମ ବୋଲି ସ୍ଥାନୀୟ ଲୋକମାନେ ଅନୁମାନ କରୁଛନ୍ତି ।

 

Leave A Reply

Your email address will not be published.