ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ

ଆଜିର ଖବର.ତାରିଖ–୨୫.୦୭.୨୦୨୧(ରବିବାର)

0 288

୧. କୁଖ୍ୟାତ ଅପରାଧୀ ଶେଖ ହାଇଦର ବାଲେଶ୍ୱର ନିକଟରେ ପୁଲିସ ଏନକାଉଣ୍ଟରରେ ମୃତ, ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ହେବ ପୋଷ୍ଟମର୍ଟମ ।
୨. ମୟୁରଭଞ୍ଜ ସ୍ଥାନାନ୍ତର ହେଉଥିବା ବେଳେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଗୁଳିରେ ମୃତ ।
୩. ମୃତ ହାଇଦରର ପୋଷ୍ଟମର୍ଟମ ପରେ ତାର ପରିବାରକୁ ଶବ ଦିଆଯିବା ନେଇ ପୁଲିସର ସୂଚନା ।
୪. ହାଇଦର ମୃତ୍ୟୁ ପରେ କେନ୍ଦ୍ରାପଡାରେ ତାର ବାସସ୍ଥାନ ସମେତ ତିନିମୁହାଣୀ, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ଉତ୍ତେଜନା ପ୍ରବଣ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି ।
୫. ଦେଶରେ ଆଜି ୪୨,୬୭,୭୯୯ ଜଣ କରୋନା ଟୀକା ନେଇଛନ୍ତି , ଆଜି ସୁଦ୍ଧା ଟୀକା ନେଲେଣି ୪୨,୭୮,୮୨,୨୬୧ ।
୬. ଆଜି ରାଜ୍ୟରେ ୧୮୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ ଓ ୧୮୬୫ ସୁସ୍ଥ ।
୭. ନନ୍ଦନକାନନରେ ଅସୁସ୍ଥ ସିଂହ ଶାବକ ଚିକିତ୍ସା ପାଇଁ ତନାଘନା ଉଦ୍ୟମ, ବିଶେଷଜ୍ଞଙ୍କ ମରାମର୍ଶରେ କଲିକତାରୁ ମଗାଗଲା ରୟାଲ କାନାଇନ୍ କ୍ଷୀର ପାଉଡର
୮. ରାଜ୍ୟରେ ଆଜି ୧,୩୯,୬୯୯ ଜଣ କରୋନା ଟୀକା ନେଇଛନ୍ତି , ଆଜି ସୁଦ୍ଧା ଟୀକା ନେଲେଣି ୧,୫୨,୪୪,୭୮୪ ।
୯. ହୀରାକୁଦ ଜଳ ଭଣ୍ଡାରରେ ଉପର ମୁଣ୍ଡରୁ ବଢ଼ିଚାଲିଛି ବନ୍ୟା ଜଳ ପ୍ରବାହ, ଆଖୁଆପଦା ନିକଟରେ ବିପଦ ସଂକେତ ଉପରେ ବୈତରଣୀ, ବିପଦ ସଙ୍କେତ ୧୭.୮୩ ଥିବାବେଳେ ଏବେ ଜଳସ୍ତର ରହିଛି ୧୭.୯୪ ।
୧୦. ଆଜି ଦେଶରେ ୩୯୦୯୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩୫୦୮୭ ମୃତ ଓ ୫୪୬ ସୁସ୍ଥ ।
୧୧. ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି: ୮୨ ମୃତ, ୩୮ ଜଣ ଆହତ ।
୧୨. ଦିଲ୍ଲୀରେ ଆହୁରି କୋହଳ ହେଲା କୋଭିଡ୍ କଟକଣା । ଜୁଲାଇ ୨୬ରୁ ଦିଲ୍ଲରରେ ଖୋଲିବ ସିନେମା ହଲ୍ ଓ ଥିଏଟର । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍ ଓ ଥିଏଟର ।
୧୩. କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସୂଚନା, ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ, ଓଡ଼ିଶାରୁ ଅଛନ୍ତି ୮,୯୦୦ ଲୋକ ।
୧୪. ଭାରତରେ ପ୍ଲାଣ୍ଟ ସ୍ଥାପନ କରିପାରେ ଟେସଲା, ସିଇଓ ଏଲୋନ୍ ମସ୍କ ଦେଲେ ସଙ୍କେତ ।
୧୫. ଜାମ୍ମୁ କାଶ୍ମୀର ବାନ୍ଦିପୋରାରେ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ, ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ।
୧୬. ବିଳମ୍ବରେ ହେବ ପଂଚାୟତ ନିର୍ବାଚନ, ସରକାର ବାଣ୍ଟିବେ ‘ବିଜୁ କାର୍ଡ’ ।
୧୭. ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର; ପରୋଜା ଜନଜାତିଙ୍କ ପାରମ୍ପରିକ ଖାଦ୍ୟ ସଂରକ୍ଷଣ ପଦ୍ଧତି ।
୧୮. ସ୍କୁଲ ଖୋଲିବା ପୂର୍ବରୁ ସମସ୍ତଙ୍କୁ କରୋନା ଟିକା ଦିଅ : କଂଗ୍ରେସ ।
୧୯. CISCE ଦ୍ୱାରା ପରିଚାଳିତ ICSE ଦଶମ ଏବଂ ICSC ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଜ୍ୟରେ ୧୦ମ ଶ୍ରେଣୀର ପାସ୍‍ ହାର ୯୯ ଦଶମିକ ୯/୮ ପ୍ରତିଶତ ରହିଥିବା ବେଳେ ଦ୍ୱାଦଶ ଶ୍ରେଣୀର ୯୯ ଦଶମିକ ୮/୩ ପ୍ରତିଶତ ପାସ୍‍ ହାର ରହିଛି ବୋଲି CISCE ପକ୍ଷରୁ ସୂଚନା ଦିଆଯାଇଛି ।
୨୦. ଭାରତକୁ ସଞ୍ଜିବନୀ ଯୋଗାଇବା ପରେ ଏବେ ପଡୋଶୀ ଦେଶକୁ ଅମ୍ଳଜାନ ଯୋଗାଇବ ଭାରତୀୟ ରେଳବାଇ ।
୨୧. ୧୮ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ଦେଶରେ ଉପଲବ୍ଧ ହୋଇପାରେ ଟିକା । ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଟିକାକରଣ ଅନୁମତି ମାଗିଲା ଜୟଡସ କାଡିଲା ।
୨୨. ଶେଷ ହେଲା ରଥଯାତ୍ରା, ନିଳକନ୍ଦରକୁ ବାହୁଡ଼ିଗଲେ ମହାପ୍ରଭୁ, ନୀତିକାନ୍ତି ସରିବା ପରେ ଖୋଲାଗଲା ରଥ ।
୨୩. ଭୁବନେଶ୍ବରରୁ ଦିନକରେ ୨୦୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୬ ସୁସ୍ଥ ।
୨୪. ଟୋକିଓ ଅଲିମ୍ପିକ: ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ କୋଚ୍ ଙ୍କୁ IOA ଦେବ ୧୨.୫ ଲକ୍ଷ ପୁରସ୍କାର ।
➡️ପାଳିବା କାରୋନା ନିୟମ ପାଳନ, ରୋକିବା କରୋନା ସଂକ୍ରମଣ , ଟିକା ନିଅନ୍ତୁ , କରୋନାକୁ ହରାନ୍ତୁ ।ଶୁଭସକାଳ , GOOD MORNING

Leave A Reply

Your email address will not be published.