ଟଙ୍କା ନେଇ ଜେସିବି ନଦେବା ଅଭିଯୋଗରେ ଜଣେ ଗିରଫ

0 192

ବାରଙ୍ଗ,୨୯ା୫(ଏସଏସନିଉଜ)ଜଣେ ଠିକାଦାରଙ୍କଠାରୁ ୫ଲକ୍ଷଟଙ୍କା ନେଇ ଜେସିବି ଦେବାପାଇଁ ଧରାନଦେଇ ଓଲଟା ଗାଳିଗୁଳଜ କରିବା ଅଭିଯୋଗରେ ନନ୍ଦନକାନାନଥାନା ପୋଲିସ ଜଣଙ୍କୁ ଗିରଫ କରି ସୋମବାରଦିନ କୋର୍ଟଚାଳଣ କରିଛି ।ଗିରଫ ହୋଇଥିବା ବ୍ୟକ୍ତିହେଲେ ଟାଙ୍ଗିଥାନା ଅଧିନସ୍ଥ ପଳାସାଗ୍ରାମର ଦିପକକୁମାରମହାନ୍ତି ।
ପ୍ରକାସଯେ, ନିହାରକାନ୍ତ ପଢିହାରୀ ନାମକ ଯୁବକ ଠିକାଦାରି କରିବା ସହ ମାଲପରିବହନ କରିବା ନିମନ୍ତେ ତାଙ୍କର ହାଇୱା ରହିଛି । ତାଙ୍କର ବ୍ୟବସାୟ ବଢିବା ଯୋଗୁ ଆବଶ୍ୟକତାକୁ ଦେଖି ଏକ ଜେସିବି କିଣିବାପାଇଁ ବିଭିର୍ଣ ଆଡେ ଯୋଗାଯୋଗ କରିଥିଲେ ।ଏହିସମୟରେ ଦିପକକୁମାରମହାନ୍ତି ନାମକ ବ୍ୟକ୍ତିଙ୍କ ସହ ଭେଟ ହୋଇଥିଲେ ।ସେ ନିଲାମ ଜରିଆରେ ମ୍ୟାଗମା ଫାଇନାନ୍ସ କମ୍ପାନିରୁ ଓଡି୩୩ଏକ୍ସ୨୪୦୧ ନମ୍ବର ବିଶିଷ୍ଟ ଏକ ଜେସିବି ମେସିନ କିଣିଥିବା କଥା ନିହାରଙ୍କୁ କହିଥିଲେ ।ତେବେ ଉଭୟଙ୍କ ସହମତିରେ ଉକ୍ତ ଜେସିବି କିଣିବାପାଇଁ ନିହାର ଏକ ଚୁକ୍ତିନାମା ଜରିଆରେ ଦିପକଙ୍କୁ ୫ଲକ୍ଷଟଙ୍କା ଅଗ୍ରିମବାବଦରେ ଦେଇଥିଲେ ।ଅଗ୍ରୀମ ଟଙ୍କା ନେବାପରେ ଦିପକ ଆଉ ଦେଖା ଦେଇନଥିଲେ କି ନିହାରଙ୍କ ଫୋନ ଉଠାଇ ନଥିଲେ ବୋଲି ନିହାର ନନ୍ଦନକାନନ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ପୋଲିସ ୧୩୩/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ରବିବାରଦିନ ସକାଳୁ ଦିପକକୁ ଗିରଫକରି ସୋମବାରଦିନ କୋର୍ଟଚାଳଣ କରିଛି ।

Leave A Reply

Your email address will not be published.