ତାତିଲେ ଛାତ୍ରଛାତ୍ରୀ

ଖବର ଆଜିରତାରିଖ, ୧୧-୦୪-୨୦୨୧/ ରବିବାର

0 272

୧-IPL-2021 -ଗର୍ଜିଲା ପୃଥ୍ଵୀ ଓ ଧାଓ୍ଵନଙ୍କ ବ୍ୟାଟ୍, ଗୁରୁ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ଧୂଳି ଚଟାଇଲା ଶିଷ୍ୟ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ।
୨-ଡାକ୍ତରଖାନା ବେଡ୍‌ରୁ ଚମ୍ପଟ ମାରିଛି କେନ୍ଦ୍ରାପଡାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ସୁରକ୍ଷାକର୍ମୀଙ୍କୁ ସାନିଟାଇଜର ସ୍ପ୍ରେ ମାରି ହସ୍ପିଟାଲ୍ ବେଡରୁ ହାଇଦର ଫେରାର ମାରିଛି।  ।
୩-ରାଜ୍ୟରେ ବିସ୍ଫୋରକ ହେଉଛି ‌ଦୈନିକ ସଂକ୍ରମଣ: ରେଡ୍ ଜୋନ୍‌ରେ ଖୋର୍ଧା ଓ ସୁନ୍ଦରଗଡ଼ ।
୪-ସୁନ୍ଦରଗଡ଼ ଜିଲ୍ଲାରେ “ହାଇସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମ – ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କଲେ ୫-ଟି ସଚିବ ।
୫-ପିପିଲି ଉପ ନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ କରୋନା ପଜିଟିଭ୍, ସଙ୍ଗରୋଧରେ ରହି ନିଜ ରିପୋର୍ଟକୁ ଅପେକ୍ଷା କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।
୬-ଟିକାର ଦୁଇଟି ଡୋଜ୍ ନେବା ପରେ ବି ଯୁବ ଡାକ୍ତରଙ୍କ ଜୀବନ ନେଇଗଲା କରୋନା ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ ଡାକ୍ତର ।
୭-କମାଣ୍ଡରଙ୍କ ନିଷ୍ପତି ନେବାରେ ବିଳମ୍ବ ଯୋଗୁଁ ଘଟିଗଲା ଛତିଶଗଡ଼ ବିଜାପୁରର ନରସଂହାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସେଦିନର କରୁଣ କାହାଣୀ କହିଲେ ଯବାନ ।
୮-ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ, ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ ହୋଇଛି ତା’ର ହିସାବ ଲୋକଙ୍କୁ ଦେବାକୁ ପଡ଼ିବ: ନବୀନ ପଟ୍ଟନାୟକ ।
୯-ମେ ୧୫ରୁ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା, ମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ, କହିଲେ- କ’ଣ କ’ଣ କାମ କରିଛ ଜଣାଅ ।
୧୦-ବୁର୍ଲା ଭିସୁଟରେ ଛାତ୍ର ଅଶାନ୍ତି, ସଂକ୍ରମିତ ଚିହ୍ନଟ ହେଲା ପରେ ବି ପାଠପଢା ବନ୍ଦ ନହେବାରୁ ତାତିଲେ ଛାତ୍ରଛାତ୍ରୀ ।
୧୧-ପାଣିପାଗ ଇତିହାସର ବିରଳ ଘଟଣା । ଅଷ୍ଟ୍ରେଲିଆରେ ଦୁଇଟି ତୋଫାନ ହୋଇପାରନ୍ତି ମୁହାଁମୁହିଁ । ଇଣ୍ଡୋନେସିଆରେ ୧୬୭ ଜଣଙ୍କ ମୃତ୍ୟୁ ।
୧୨-ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା : କୁଚବିହାର ଗୁଳିକାଣ୍ଡକୁ ନେଇ ବିଜେପି-ଟିଏମସି କାଦୁଅ ଫିଙ୍ଗା, ମମତାଙ୍କୁ ପ୍ରଶ୍ନ କଲେ ମୋଦୀ, ଶାହଙ୍କୁ ଟାର୍ଗେଟ୍ କଲେ ଦିଦି ।
୧୩-ଲାଭା ଉଦଗୀରଣ, ଆକାଶ ସାରା ଭୟଙ୍କର ନିଆଁ ଓ ଧୂଆଁ : ଦକ୍ଷିଣ କାରବିଆନରେ ଭୟାବହ ସ୍ଥିତିକୁ ଦେଖି ହଜାର ହଜାର ଲୋକଙ୍କୁ ଘର ଛାଡି ପଳାଇବାକୁ ନିର୍ଦ୍ଦେଶ ଦେଲା ପ୍ରଶାସନ ।
୧୪-ପ୍ରବାସୀ ଓଡ଼ିଆଙ୍କ ସକାଶେ ଗାଇଡ଼ଲାଇନ ପ୍ରସ୍ତୁତି ପାଇଁ ବିଚାର କରାଯାଉଛି: ମନ୍ତ୍ରୀ ସୁଶାନ୍ତ ସିଂହ
୧୫-ଦକ୍ଷିଣ ବ୍ରାଜିଲରେ ନିର୍ମିତ ହେଉଛି ବିଶ୍ୱର ସର୍ବ ବୃହତ୍ତ ଜୀଶୁ ମୂର୍ତ୍ତି,‘କ୍ରିଷ୍ଟ ଦି ରିଡିମର’ଠାରୁ ମଧ୍ୟ ବଡ଼ ।  ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.