ତେଜୁଛି କୋଟିଆ କଳି

ଓଡ଼ିଶାରେ ପୋଖରୀ ଖୋଳୁଛି ଆନ୍ଧ୍ର, ସ୍ଥିତି ଅନୁଧ୍ୟାନ କଲେ ପଟାଙ୍ଗୀ ବିଧାୟକ

0 701

ଖବର ଆଜିର,ତାରିଖ ୧୭-୧୧-୨୦ ମଙ୍ଗଳବାର

୧-ନୂଆ ରୂପରେ ଆସିଲା ବିହାରରେ ନୀତିଶ ସରକାର । ୭ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ । ବିଜେପିର ଦୁଇ ନେତା ତାରକିଶୋର ଓ ରେଣୁ ଦେବୀ ହେଲେ ଉପମୁଖ୍ୟମନ୍ତ୍ରୀ।

୨-ଦିଲ୍ଲୀରେ ଉତ୍କଟ ରୂପ ନେଉଛି କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ । ୧୫ ଦିନରେ କରୋନା ନେଲାଣି ୧୧ଶହ ଜୀବନ, ପ୍ରତିଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ ।

୩-ତେଜୁଛି କୋଟିଆ କଳି : ଓଡ଼ିଶାରେ ପୋଖରୀ ଖୋଳୁଛି ଆନ୍ଧ୍ର, ସ୍ଥିତି ଅନୁଧ୍ୟାନ କଲେ ପଟାଙ୍ଗୀ ବିଧାୟକ ।

୪-ଟିପିଆର୍‌ ୬%ରୁ ତଳକୁ ଖସିଲା, ଦିନକରେ ୭୪୯ ପଜିଟିଭ୍, ୧୬ ମୃତ ।

୫-ମହାମାରୀ କରୋନାକୁ ରୋକିବା ପାଇଁ ଟିକା ଯଥେଷ୍ଟ ନୁହେଁ: ହୁ’ ମୁଖ୍ୟ ।

୬-କରୋନା ଟିକାକୁ ନେଇ ସବୁଠାରୁ ବଡ଼ ଖବର । ଆମେରିକାର ମଡର୍ଣ୍ଣା ଟିକାର ସଫଳତା ହାର ୯୪ ଦଶମିକ ୫ ପ୍ରତିଶତ ଦାବି ।

୭-ବିଯୁକ୍ତ ୭୦ଡିଗ୍ରି ସେଲସିୟସର ଶୀତଳ ଭଣ୍ଡାର ଆବଶ୍ୟକ କରୁଥିବା କୋଭିଡ୍ ଟିକା ଭାରତରେ ଉପଲବ୍ଧ ହେବା ଅସମ୍ଭବ : ବିଶେଷଜ୍ଞ ।

୮-ବଲାଙ୍ଗୀରରୁ ହରିଶଙ୍କର ଚାଲିବ ଓଟିଡିସିର ଶୀତତାପ ନିୟନ୍ତ୍ରିତ ବସ୍‌ ।

୯-ଓଡ଼ିଶାରେ ଧାନ ବିକି ପାରିବନି ଛତିଶଗଡ଼ ଚାଷୀ । ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଯୋଗାଣ ବିଭାଗ । ସ୍କାର୍ଡ ଗଠନ କରି ଯାଂଚ କରିବାକୁ ନିର୍ଦ୍ଦେଶ ।

୧୦-କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କଲା ଭାରତ ବାୟୋଟେକ୍‌; ସମ୍ଭବତଃ ଏହା ବିଶ୍ବର ସବୁଠୁ ଶସ୍ତା କୋଭିଡ୍‌-୧୯ ଟିକା ହୋଇପାରେ ।

୧୧-୧୮ରେ କୁଳପତି ସମ୍ମିଳନୀ: ୬ କୁଳପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା, ତାରକା ହୋଟେଲରେ ୪୦ ଜଣଙ୍କ ପାଇଁ ବ୍ୟବସ୍ଥା ।

୧୨-୧୭ରେ ବ୍ରିକ୍ସ ସମ୍ମିଳନୀ; ଯୋଗଦେବେ ମୋଦୀ ।

୧୩-ଶପଥ ନେବା ମାତ୍ରେ ହିଁ କାମରେ ଜୁଟିଲେ ନୀତିଶ ସରକାର, ଆଜି ସକାଳ ୧୧ଟାରେ ପ୍ରଥମ କ୍ୟାବିନେଟ୍ ବୈଠକ ।
୧୪-ସରକାରଙ୍କ ନିଷ୍ପତ୍ତି: ଏଥର ନଦୀ ଘାଟରେ ହେବ ନାହିଁ ଛଟ୍ ପୂଜା, ନିୟମ ଭାଙ୍ଗିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

୧୫-ଅମାନିଆ ଅପରାଧୀ, ବେଫିକର ପୁଲିସ । ପ୍ରତିଦିନ ଖବରର ଶିରୋନାମା ପାଲଟୁଛି ରାଜଧାନୀର ଲୁଟ୍ । ବିଗତ ୧୫ ଦିନରେ ୮ଟି ଲୁଟ୍ ଓ ଛିନ୍ତାଇ ଘଟଣା ।

୧୬-୪ ମାସ ଧରି ନିଜର ଗ୍ରାହକଙ୍କୁ ‘ମୁହଁ ବନ୍ଦ ରଖ’ କହିବ HDFC, ଦେଶବ୍ୟାପୀ କରିବ ୧ ହଜାର ଓ୍ବାର୍କସପ୍।

୧୭-ଶୀତକାଳ ପାଇଁ ବନ୍ଦ ହେଲା କେଦାରନାଥ ମନ୍ଦିର କବାଟ । ପ୍ରବଳ ତୁଷାରପାତରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଧଳା ଚାଦରରେ ଆସ୍ତରଣରେ ଘୋଡ଼େଇ ରହିଛି ମହାଦେବଙ୍କ ମନ୍ଦିର ।

୧୮-ଅକ୍ଟୋବରରେ ଯବାନଙ୍କୁ ସଲ୍ୟୁଟ କରିବାର ଭିଡିଓ ଭାଇରାଲ୍ ହେବା ପରେ ଲଦାଖର କୁନି ବାଳକକୁ ସମ୍ମାନିତ କଲା ଆଇଟିବିପି

୧୯-ଆଡିଲେଡରେ ଭୟଙ୍କର ଋପ ଧାରଣ କଲାଣି କରୋନା, ସଂକଟରେ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜ ।

Leave A Reply

Your email address will not be published.