ଥାନାରେ ନିର୍ଯାତନା ଦିଆଯାଇନି- କଟକ ଡିସିପି

କଟକ,୨୯।୫(ଏସଏସନିଉଜ)ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣାରେ ରାକେଶ ଏକାଧିକ ରୋଗରେ ପୀଡ଼ିତ ଅଛନ୍ତି ବୋଲି କହିଲେ କଟକ ଡିସିପି।ଥାନାରେ କୌଣସି ନିର୍ଯାତନା ଦିଆଯାଇନି।ରାକେଶ ଏକାଧିକ ରୋଗରେ ପୀଡ଼ିତ ରହିଛି।କିଡ୍‌ନୀ ଓ ଫୁସ୍‌ଫୁସ୍‌ ରୋଗରେ ପୀଡ଼ିତ ଅଛନ୍ତି ରାକେଶ।ଥାନା ପରିସରରେ ନିର୍ଯାତନାର କୌଣସି ପ୍ରମାଣ ମିଳିନାହିଁ।ଥାନା ପରିସରରେ ଥିବା ସିସିଟିଭି ଯାଞ୍ଚକରାଯିବ ବୋଲି କହିଛନ୍ତି କଟକ ଡିସିପି।ଥାନାକୁ ଡକାଯିବାର ୨୪ଘଣ୍ଟା ପରେ ଆମେ ଛାଡ଼ି ଦେଇଥିଲୁ।
ଗଳିତ ମୃତଦେହ ଚିହ୍ନଟ ପାଇଁ ଥାନାକୁ ଡାକିଥିଲୁ, ସେହିଦିନ ଛାଡ଼ିଥିଲୁ।
ଡାକ୍ତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି।ଅନ୍ୟପଟେ ପୁଅ ମରଣସହ ସଂଘର୍ଷକରୁଛି କହିଲେ ରାକେଶଙ୍କ ବାପା।
ପୁଅକୁ ପିଟିପିଟି ଗୁରୁତର କରିଛନ୍ତି,ମରଣ ସହ ସଂଘର୍ଷ କରୁଛି।
ମୃତଦେହଟି ସ୍ତ୍ରୀରବୋଲି ରାଜି ନହେବାରୁ ପ୍ରବଳ ପିଟିଛନ୍ତି।ରାତି ୧୨ଟାରୁ ୩ଟା ଯାଏଁ ପ୍ରବଳମାଡ଼ ମରାଯାଇଥିବା ପୁଅକହିଛି।୫/୬ ପୋଲିସ ପ୍ରବଳ ପିଟିବା ସହ ଛାତିଉପରେ ଚଢ଼ିଥିଲେ।ପୁଅର ଶୋଚନୀୟ ଅବସ୍ଥା, ମୋତେ ନ୍ୟାୟ ଦରକାର।ସଂପୃକ୍ତ ପୋଲିସଙ୍କୁ ସସ୍‌ପେଣ୍ଡ କରାଯାଉ ବୋଲି ଦାବି କରିଛନ୍ତି ରାକେଶଙ୍କ ବାପା।ଦିନ ୧୧ଟାରୁ ପୁଅ କେଉଁଠି ଅଛି ମୁଁ ଜାଣିନି, ଉଚିତ୍ ନ୍ୟାୟ ଦିଆଯାଉ ବୋଲି କହିଛନ୍ତି।

- Advertisement -

Leave A Reply

Your email address will not be published.