ମନଇଚ୍ଛା ଖାଇଲେ,ପୁଣି ନେଲେ

0 264

ବାରଙ୍ଗ,୨୦/୪(ଏସ ଏସ ନିଉଜ)ବାରଙ୍ଗ ଥାନା ପାଖ ବାରଙ୍ଗ ପ୍ରେସକ୍ଳବ ନିକଟରେ ଥିବା ଏକ ପାନ ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ବୁଧବାର ଥାନାରେ ଅଭିଯୋଗ ହୋଇଛି।ଶ୍ରୀବନ୍ତପୁର ଗ୍ରାମର ନିବାସ ପରିଡା ନାମକ ଯୁବକ ଏହି ପାନ ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଉଥିଲେ।ସବୁଦିନଭଳି ମଙ୍ଗଳବାର ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।ବୁଧବାର ସକାଳେ ଦୋକାନ ଖୋଲିବାକୁ ଆସିଥିବାବେଳେ ଦୋକାନର କବାଟ ଭାଙ୍ଗି ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ।ସବୁଠାରୁ ବଡ଼କଥା ହେଲା ଚୋରମାନେ ଦୋକାନ କବାଟ ଭାଙ୍ଗି ଭିତରକୁବପସି ମନଇଚ୍ଛା ଖାଇବା  ସହ ଇଛା ମୁତାବକ ବୁହାଇଥିଲେ ।ଦୋକାନ ଭିତରୁ ପାନ ମସଲା, ସିଗାରେଟ, ବିସ୍କୁଟ ସହ ଅନ୍ୟାନ୍ୟ ସାମଗ୍ରୀସହ ନଗଦ ୪ହଜାରେ ଟଙ୍କା ନେଇଯାଇଥିବାର ଜାଣିବାକୁ ପାଇଥିଲେ। ବାରଙ୍ଗ ଥାନାପୋଲିସ ଆସି ତଦନ୍ତ କରି ଫେରିଥିବାର ଜଣାପଡିଛି।

Leave A Reply

Your email address will not be published.