ଟ୍ରାଏଲବେଳେ ଖସିପଡିଲା ରୋପୱେ ବଗି

0 92

ବାରଙ୍ଗ,୧୯ା୩(ଏସଏସନିଉଜ)ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି ରୋପୱେ ଚାଲୁଥିବା ସମୟରେ ମଙ୍ଗଳବାରଦିନ ଅଘଟଣ ଘଟିଛି । ଗୋଟିଏ ବଗି ତାର ସହ ଖସିପଡ଼ି କାଞ୍ଜିଆ ହ୍ରଦରେ ପଡିଥିଲା । ହେଲେ ବଗିରେ କେହି ପର୍ଯ୍ୟଟକ ବସିନଥିବା ଜଣାପଡିଛି । ଏଠାରେ ପ୍ରଶ୍ନ ଉଠେ, ଯଦି ଏହି ବଗି ରେ ପର୍ଯ୍ୟଟକ ବସିଥାନ୍ତେ ଆଉ ଦୁର୍ଘଟଣା ଘଟିଥାନ୍ତା ଏଥିପାଇଁ କିଏ ଦାୟୀ ରହିଥାନ୍ତେ । ନନ୍ଦନକାନନ କର୍ତ୍ତୁପକ୍ଷ ନା ଠିକା ନେଇଥିବା ସଂସ୍ଥା ।
ସୂଚନାଯୋଗ୍ୟ ଯେ , ମଙ୍ଗଳବାର ଦିନ ସକାଳ ୯ ଟା ସମୟରେ ରୋପୱେ କୁ ଠିକା ନେଇଥିବା ସଂସ୍ଥା ରୋପୱେ ର ଟିକେଟ କାଉଣ୍ଟର ଖୋଲାଯିବା ପରେ ରୋପୱେ କୁ ଟ୍ରାଲ୍ କରୁଥିବା ସମୟରେ ହଠାତ୍ କଞ୍ଜିଆ ମଝିରେ ରୋପୱେ ଟ୍ରାକ ରୁ ଖସିପଡ଼ିଥିଲା । କାଞ୍ଜିଆ ରେ ଚାଲୁଥିବା ବୋଟିଂ ପାଇଁ ପୋତା ହୋଇଥିବା ବାଉଁଶ କୁ ଭାଙ୍ଗି ତାର ସହ ବଗି ଝୁଲି ରହିଥିଲା । ହେଲେ ଏହି ବଗି କେହି ନଥିବାରୁ ନନ୍ଦନକାନନ ଏକ ବଡ ଦୁର୍ଘଟଣାରୁ ବର୍ତିଯାଇଥିଲା ।ପରେ ପର୍ଯ୍ୟଟକମାନଙ୍କପାଇଁ ରୋପୱେ ଟିକେଟ କାଉଣ୍ଟର ବନ୍ଦ କରାଯାଇଥିଲା ।
ପ୍ରକାଶ ଥାଉକି ଯେ , ପୂର୍ବରୁ ରାଜ୍ୟସରକାର ୧୯୮୮ରେ ରୋପଓ୍ବେ ନିର୍ମାଣ ପାଇଁ ଭୂମିପୁଜନ କରିଥିଲେ। ୧୯୯୪ ମସିହା ଅକ୍ଟୋବର ମାସ ୧୦ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା । ଚୁକ୍ତି ମୁତାବକ ରୋପୱେ ଠିକ୍ ଠାକ୍ ଚାଲିଥିବାବେଳେ ପ୍ରଥମ କରି ୨୦୧୦ମସିହା ଅକ୍ଟୋବର ମାସରେ ବଡ ଧରଣର ଦୁର୍ଘଟଣା ଘଟିଥିଲା । ପୁଣି ୨୦୧୧ମସିହା ଜାନୁୟାରୀ ମାସରେ ମଧ୍ୟ ପୁନର୍ବାର ଦୁର୍ଘଟଣା ଘଟିଥିଲା । ସେହି ବର୍ଷ ଫେବୃଆରୀ ମାସ ରେ ଅସୁରକ୍ଷିତ ଘୋଷଣା କରି ରୋପ୍ ୱେ କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ପୁଣି ଚାଲୁ କରିବା ପାଇଁ ଦାବି ହେବା ପରେ ୨୦୧୬ ମସିହା ଅଗଷ୍ଟ ମାସରେ କଲିକତା ର ଦାମୋଦର ରୋପ୍ ୱେ ଇନ୍ ଫ୍ରା ଲିମିଟେଡ କୁ କାର୍ଯ୍ୟାଦେଶ ଦିଆଯାଇଥିଲା । ତେବେ ରୋପୱେର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଦାମୋଦର ରୋପୱେଜ ଇନଫ୍ରା ଲିମିଟେଡ ୨୦୨୧ରେ ନନ୍ଦନକାନନ ପକ୍ଷରୁ ଚୁକ୍ତିନାମା କରାଯାଇଥିଲା । ରୋପୱେ ଚାଲିବା ପୂର୍ବରୁ ୨୦୨୩ ମସିହା ଜୁନମାସ ୧୩ତାରିଖରେ ରୋପଓ୍ବେ ଭିସିବି ୟୁନିଟ୍ ପରୀକ୍ଷାବେଳେ ବିଦ୍ୟୁତ୍ ଟ୍ରାନ୍ସଫରର୍ମର ଫାଟି ୩ଜଣ ଗୁରୁତର ଆହତ ହୋଇଥିଲେ।ସେହିଦିନ ଠାରୁ ରୋପଓ୍ବେ କାର୍ଯ୍ୟା ଉପରେ ଅଙ୍କୁଶ ଲାଗିଥିଲା।ତେବେ ରୋପୱେ ପ୍ରଚଳନ ସମୟରେ କୈାଣସି ଦୁର୍ଘଟଣା ଘଟିଲେ କିପରି ମୁକାବିଲା କରାଯିବ ସେ ନେଇ ନନ୍ଦନକାନନ କର୍ତୁପକ୍ଷଙ୍କ ଉପସ୍ଥିତିରେ ନେଇଥିବା ସଂସ୍ଥା ପକ୍ଷରୁ ମକଡ୍ରିଲ କରିଥିଲା।ଏହାପରେ ନେଇଥିବା ସଂସ୍ଥାକୁ ରୋପୱେ ପ୍ରଚଳନ ପାଇଁ ନନ୍ଦନକାନନ ପକ୍ଷରୁ ସିକୃତି ମିଳିଥିଲା । ତେବେ ଆଜିର ଅଘଟଣ କୁ ନେଇ କିଛି ପର୍ଯ୍ୟଟକ ଏହା ଅସୁରକ୍ଷିତ ବୋଲି କହିଥିବା ବେଳେ କିଛି ପର୍ଯ୍ୟଟକ ରୋପୱେ ବନ୍ଦ ରହିଥିବାରୁ ନିରାଶ ରେ ଫେରିଥିବା ଜଣାପଡିଛି । ଏନେଇ ରୋପୱେ କର୍ତ୍ତୁପକ୍ଷ ଏହା ଅଘଟଣ ନୁହେଁ ଏହା ଟ୍ରାଏଲ କରାଯାଉଥିବା ସମୟରେ ଘଟିଛି ବୋଲି ସଫେଇ ଦେଇଛନ୍ତି ।ଅନ୍ୟପଟେ ଏହି ଘଟଣାପରେ ନନ୍ଦନକାନନ କର୍ତୁପକ୍ଷ ଆସି ରୋପୱେ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ସହ ଆଲୋଚନା ସାରି ଫେରିଥିବାର ଜଣାପଡିଛି ।

 

Leave A Reply

Your email address will not be published.