ଟ୍ରେନ୍ ଧକ୍କାରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ

0 162

ଗଞ୍ଜାମ ,୩୧/୮(ଏସଏସନିୟୁଜ) ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଲେବଲ୍ କ୍ରସିଂରେ ଟ୍ରେନ୍ ଧକ୍କାରେ ରେଳଧାରଣାରେ ଚାଲି ଚାଲି ଯାଉଥିବା ୩ ନିରୀହ ଅଣଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।ସେମାନେ ହେଲେ ଛତିଶଗଡ଼ ବିଳାସପୁର ଟିକରି ଥାନା ଅର୍ନ୍ତଗତ ବେଦପ୍ରସାଦ ଗାଁର ଜଗେଶ୍ବର କେୱାଟା (୫୫), ତାଙ୍କ ପୁଅ ଲଖ୍‌ଣୁ ଏବଂ ଲକ୍ଷେଶ୍ବର କେୱାଟା (୪୫) । ଅନ୍ୟ ଚାରିଜଣ ସୀତାରାମ କେୱାଟା, ଯୋଗେଶ୍ୱର ଦୋରେ, ସନ୍ତ କୁମାର କେୱାଟା ଓ ମେଲୁରାମ କେୱାଟା ଏହି ମର୍ମନ୍ତୁଦ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ଗତରାତି ସାଢ଼େ ୧୧ଟାରେ ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ ଚାଲିଥିବା ଓଭରବ୍ରିଜ୍ ନିର୍ମାଣ କାମରେ ନିୟୋଜିତ ଏହି ଶ୍ରମିକମାନେ ଘରକୁ ଯିବାପାଇଁ ରେଳଧାରଣାର ଚାଲିଚାଲି ବ୍ରହ୍ମପୁର ଷ୍ଟେସନ୍ ଅଭିମୁଖେ ବାହାରିଥିଲେ।ସେମାନଙ୍କୁ ଆଣିଥିବା ଠିକାଦାର କାମରେ ନିୟୋଜିତ କରୁଥିଲେ ମଧ୍ୟ ସଠିକଭାବେ ସେମାନଙ୍କ ପ୍ରାପ୍ୟ ଦେଉନଥିବାରୁ ସେମାନେ ନିଜଘରକୁ ଫେରିଯିବାକୁ ନିଷ୍ପତିନେଇ ରେଳଧାରଣାରେ ଚାଲିଚାଲିଷ୍ଟେସନ ଅଭିିମୁଖେ ବାହାରିଥିଲେ ।ପଛପଟୁ ବିଶାଖା-ଟାଟାନଗର ଏକ୍ସପ୍ରେସ୍ ଦ୍ରୁତଗତିରେ ଆସି ଧକ୍କାଦେବାରୁ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ଜଣ ସୈାଭାଗ୍ୟବଶତ ବଂଚିଯାଇଥିଲେ ।

Leave A Reply

Your email address will not be published.