ଟ୍ରକ୍ ଲୁଟ୍ ଉଦ୍ୟମ, ଫସର ଫାଟିଲା ଧରାହେଲେ ୭ ଡକାୟତ

0 154

ଖୋର୍ଦ୍ଧା, ୧୩/୫(ଏସଏସନିଉଜ) ଟ୍ରକ୍ ଲୁଟ କରିବାକୁ ଉଦ୍ୟମ କରୁଥିବାଏକ ଡକାୟତ ଗ୍ୟାଙ୍ଗ ପୋଲିସ ହାତରେ ଧରାପଡିଛି ।ଏହି ଗ୍ୟାଙ୍ଗ ଗତକାଲି ଭୋର ସମୟରେ ଖୋର୍ଦ୍ଧା-ଜଟଣୀ ବାଇପାସ୍ ମୋଦୀ ପଡ଼ିଆ ନିକଟରେ ଲୁଚି ରହିଥିଲେ । ରାସ୍ତା ଉପରେ ପଥର ପକାଇ ଟ୍ରକ୍ ଲୁଟ କରିବାକୁ ଉଦ୍ୟମ କରୁଥିବାର ସୁଚନା ପାଇ ପୋଲିସ ଚଢଉ କରିଥିଲେ ।ଏହିସମୟରେ ଗ୍ୟାଙ୍ଗର ୭ଜଣ ଧରାପଡ଼ିଥିଲେ ।ସେମାନଙ୍କଠାରୁ ପୋଲସ କଟୁରୀ, ୪ଟି ଲୁହାଛଡ଼, ଚୀନ ପ୍ରସ୍ତୁତ ଗୋଟିଏ ନକଲି ବନ୍ଧୁକ, ଗୋଟିଏ ଭୁଜାଲୀ, ୨ଟି ଠେଙ୍ଗା ଓ ୩ଟି ମୋବାଇଲ୍ ଫୋନ୍ ଜବତ କରିଥିଲା ।

Leave A Reply

Your email address will not be published.